ଆଜି ନିର୍ଭୟା ଦୋଷୀଙ୍କ ଶେଷ ରାତି ! 

0
294
abc
abc

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଚାଲିଛି ନିର୍ଭୟା ଦୋଷୀଙ୍କ ପାଇଁ ଫାଶୀ ପ୍ରସ୍ତୁତି । ଦୋଷୀମାନଙ୍କୁ ଫାଶୀରେ ଝୁଲାଇବା ପାଇଁ ତିହାଡ ଜେଲ୍‌ର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।  ତିହାରର ଅଧିକାରୀ ରବିବାର ଦିନ ମେରଠ ଜେଲ୍‌ ପହଞ୍ଚି ପବନ ଜହ୍ଲାଦକୁ ନିଜ ସହ ଆଣିଛନ୍ତି । ଜେଲର ଅଧିକାରୀଙ୍କ କହିବାନୁଯାୟୀ  ସୋମବାର ବା ଆଜି ଜହ୍ଲାଦର ଉପସ୍ଥିତିରେ ଫାଶୀର ଅଭ୍ୟାସ କରାଯିବ ।  ଏହି ସମୟରେ ସମସ୍ତ କର୍ମଚାରୀ  ଓ ଅଧିକାରୀ ଉପସ୍ଥିତ ରହିବେ  । ଏପଟେ ଦୋଷୀ ଅକ୍ଷୟ  ଏବଂ ପଓ୍ୱନ  ଦ୍ୱାରା  ଡେଥ୍‌ ଓ୍ୱାରେଣ୍ଟ  ଉପରେ ରୋକ୍‌ ଲଗାଇବା ପାଇଁ  କରାଯାଇଥିବା ଆବେଦନକୁ ପଟିଆଲା  ହାଉସ୍‌ କୋର୍ଟ ଖାରଜ୍‌ କରିଛନ୍ତି । ଏହି ନିଷ୍ପତ୍ତି ଆସିବା ପରେ ନିର୍ଭୟା ମା କହିଛନ୍ତି ଯେ ଦୋଷୀମାନେ ଜାଣିଶୁଣି କେର୍ଟଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ।  କାଲି  4 ଅଭିଯୁକ୍ତଙ୍କୁ ଫାଶୀ  ହେବ ବୋଲି ନିର୍ଭୟଙ୍କ ମା  ଦାବି କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here