ଆଜି ଟୋକିଓରେ ବସିବ କ୍ବାଡ୍ ର ବୈଠକ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହେଲେ ଚୀନର ମୁକାବିଲା ଲାଗି

0
63

ନୂଆଦିଲ୍ଲୀ : ବିଶ୍ବରେ ଚୀନର ପ୍ରାଦୁର୍ଭାବ ବଢିଚାଲିଥିବାରୁ ତାହାର ମୁକାବିଲା ପାଇଁ ଏକାଠି ହୋଇଛନ୍ତି ବିଶ୍ବର ସୁପରପାଓ୍ବାର ଆମେରିକା ଓ ଅନ୍ୟ ୩ଟି ଶକ୍ତିଶାଳୀ ଦେଶ-ଭାରତ, ଜାପାନ ଓ ଅଷ୍ଟ୍ରେଲିଆ । ଏହି ୪ଟି ଦେଶକୁ ନେଇ ଗଠିତ ମେଣ୍ଟ କ୍ବାଡର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଟୋକିଓଠାରେ ବସିବାକୁ ଯାଉଛି । ଏଥିରେ ଏହି ୪ଟି ଦେଶର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେବେ । ଭାରତ ପକ୍ଷରୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏହି ବୈଠକରେ ଯୋଗ ଦେବେ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି କ୍ବାଡ ସଂଗଠନରେ ଏହା ହେଉଛି ୨ୟ ମନ୍ତ୍ରୀସ୍ତରୀୟ ବୈଠକ । ଗତ ବର୍ଷ ନ୍ୟୁୟର୍କଠାରେ ପ୍ରଥମ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା ।

LEAVE A REPLY

Please enter your comment!
Please enter your name here