ଆଜିର ଭାଗ୍ୟ ଓ ଭବିଷ୍ୟ l ଜାଣନ୍ତୁ କିପରି କଟିବ ଅପଣଙ୍କ ଦିନ।

0
361

ଆଚିଭର୍ସ ନ୍ୟୁଜ୍‌, ୨୦/୦୭ (ବ୍ୟୁରୋ):-

ମେଷ ରାଶି:- ବନ୍ଧୁ ମିଳନ ହୋଇପାରେ। ନିଜର ପ୍ରୟାସ ମାଧ୍ୟମରେ ପ୍ରତିଷ୍ଠା ଅର୍ଜନ କରିବେ। ଗୃହରେ ଶାନ୍ତି ରକ୍ଷା କରନ୍ତୁ। ନିଜ ବ୍ୟବହାରରେ ନମ୍ରତା ରଖନ୍ତୁ l

 

ବୃଷ ରାଶି:- ଆଜି କୌଣସି କ୍ଷେତ୍ରରେ ଲାଭବାନ ହେବେ ସହିତ ଅର୍ଥ ବିନିଯୋଗରେ କ୍ଷତି ସହି ପାରନ୍ତି। ମାଆଙ୍କ ଅସୁସ୍ଥତାକୁ ନେଇ ଚିନ୍ତିତ ରହିବେ। ବିଦେଶ ଯିବାର ଅବସର ପ୍ରାପ୍ତି ହୋଇପାରେ।

 

ମିଥୁନ ରାଶି:- ନିଜର ଦାୟିତ୍ୱହୀନତା କାରଣରୁ କଷ୍ଟ ସହିବେ। ବିନା ବିଚାର ବିମର୍ସରେ କାର୍ଯ୍ୟ କରି ଅସୁବିଧାରେ ସମ୍ମୁଖୀନ ହେବେ। ପୁରୁଣା ବିବାଦ ସାମ୍ନାକୁ ଆସିବାରୁ ଚିନ୍ତାରେ ରହିବେ। ଗରିବ ବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ।

କର୍କଟ ରାଶି:- ଆଜି କାର୍ଯ୍ୟରେ ଅବରୋଧ ହେତୁ ଅସୁବିଧାରେ ସମ୍ମୁଖୀନ ହେବେ। ଧର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ। ଆର୍ଥିକ ବିନିଯୋଗରେ ଆର୍ଥିକ ଲାଭର ସମ୍ଭାବନା ବହୁତ କମ ରହିଛି। ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିବ ନାହିଁ। ଆଜି ପଇସା କାରବାର ଠାରୁ ଦୂରେଇ ରୁହନ୍ତୁ।

ସିଂହ ରାଶି:- ଆପଣଙ୍କ ନିଜର ସଠିକ ରଣନୀତି ଦ୍ଵାରା ଶତ୍ରୁ ପରାସ୍ତ ହେବେ। ଉତ୍ସାହ ବୃଦ୍ଧି ପାଇବ। ସଠିକ ମାର୍ଗ ଦର୍ଶନ ଆର୍ଥିକ ଲାଭ ବୃଦ୍ଧି କରିବ। ଅତିଥି ଆଗମନର ଯୋଗ ରହିଛି।

 

କନ୍ୟା ରାଶି:- ଆଜି ସମାଜରେ ଆପଣଙ୍କ ମନ ସମ୍ମାନର ବୃଦ୍ଧି ଘଟିବ। ସାଧୁସନ୍ଥମାନଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତି ହେବାର ଯୋଗ ରହିଛି। ମାଙ୍ଗଳିକ କାର୍ଯ୍ୟକ୍ରମରେ ଧନ ମଧ୍ୟ ପ୍ରାପ୍ତି ହୋଇପାରେ। ଏଥିସହିତ ଶତ୍ରୁ ଭୟ ଲାଗିରହିବ। ପ୍ରିୟଜନମାନେ ଅସନ୍ତୋଷ ପ୍ରକାଶ କରି ପାରନ୍ତି।

ତୁଲା ରାଶି:- କାର୍ଯ୍ୟ ସିଦ୍ଧି ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ଲାଭର ଯୋଗ ରହିଛି। ବାସସ୍ଥାନରେ ବାସ୍ତୁ ଅନୁରୂପ ପରିବର୍ତ୍ତନ କରାନ୍ତୁ ଲାଭବାନ ହେବେ। ମାତ୍ର କୌଣସି ପୁରୁଣା ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ଏହାକୁ ନେଇ ସତର୍କ ରୁହନ୍ତୁ।

ବିଛା ରାଶି:- ନିଜର ଦକ୍ଷତା ସାହଯ୍ୟରେ ଲୋକଙ୍କୁ ପ୍ରଭାବିତ କରିବେ। ସ୍ଵାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ। ନିର୍ମାଣ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ। ଯାତ୍ରାର ଯୋଗ ରହିଛି।

 

ଧନୁ ରାଶି:- ଆଜିର ଦିନର ମହତ୍ତ୍ୱକୁ ବୁଝି ନିଜର ଉଦେଶ୍ୟ ଦିଗରେ କାର୍ଯ୍ୟ କରନ୍ତୁ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହୋଇପାରନ୍ତି। ସମ୍ବନ୍ଧ କ୍ଷେତ୍ରରେ ଧର୍ଯ୍ୟର ଆବଶ୍ୟକତା ରହିଛି।

 

ମକର ରାଶି:- ଧନଲାଭର ଯୋଗ ରହିଛି। ବହୁ ଦିନରୁ ଚିନ୍ତିତ କରୁଥିବା କଷ୍ଟ ଦୂର ହୋଇଯିବ। ଆପଣଙ୍କ ଶ୍ରେଷ୍ଟତ୍ଵକୁ ଦେଖି ଶତ୍ରୁ ଶାନ୍ତ ରହିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ନିଜର ବ୍ୟବହାରରେ ଉନ୍ନତି ଆଣିବାରେ ଅବଶ୍ୟକତା ରହିଛି।

କୁମ୍ଭ ରାଶି:- ବ୍ୟକ୍ତିଗତ ଖର୍ଚ୍ଚରେ ବୃଦ୍ଧି ସହିତ କାର୍ଯ୍ୟ ସିଦ୍ଧି ନହେବାରୁ ଚିନ୍ତାରେ ରହିବେ। ନିରାଶାର ସାମ୍ନା କରିବାକୁ ପଡିବ। ବିବାଦ ଠାରୁ ଦୂରେଇ ରୁହନ୍ତୁ। କଷ୍ଟରୁ ମୁକ୍ତି ମିଳିବ।

ମୀନ ରାଶି:- ଆଜିର କାର୍ଯ୍ୟ ଯୋଜନାର ବିସ୍ତାର ସମ୍ଭବ ହେବ। ଦିନର ଆରମ୍ଭ ଭକ୍ତି ଭାବନାରେ ହେବ। ରାଜନୀତି କ୍ଷେତ୍ରରେ ଲାଭବାନ ହେବାର ଅବସର ହାତକୁ ଆସିବ। ବ୍ୟବସାୟିକ ଶତ୍ରୁ ପରାସ୍ତ ହେବେ। ନୂତନ ଅନୁଭୂତି ସହିତ ନିଜସ୍ଵ କୀର୍ତ୍ତି ବୃଦ୍ଧି ପାଇବ।

LEAVE A REPLY

Please enter your comment!
Please enter your name here