ଆଜିର ଭାଗ୍ୟ ଓ ଭବିଷ୍ୟ l ଜାଣନ୍ତୁ କିପରି କଟିବ ଅପଣଙ୍କ ଦିନ।

0
378

ଆଚିଭର୍ସ ନ୍ୟୁଜ୍‌, ୨୧/୦୭ (ବ୍ୟୁରୋ):-

ମେଷ ରାଶି:- ପ୍ରେମ ପ୍ରସଙ୍ଗ ପାଇଁ ଦିନଟି ଅନୁକୂଳ ରହିବ। ରାଜକୀୟ ସହାୟତା ପ୍ରାପ୍ତି ହେବ। କାର୍ଯ୍ୟସିଦ୍ଧି ହେବାର ଯୋଗ ରହିଛି। ବ୍ୟବସାୟରେ ଆପଣଙ୍କ ବିରୋଧୀ ପରାସ୍ତ ହେବେ। ମାତ୍ର ବ୍ୟସ୍ତତା କାରଣରୁ ଦୁର୍ଘଟଣାର ସମ୍ଭାବନା ରହିଛି। ସାବଧାନ ରୁହନ୍ତୁ।

 

ବୃଷ ରାଶି:- ନୂତନ ଲୋକଙ୍କ ସହିତ ସମ୍ପର୍କ ଲାଭଦାୟକ ରହିବ। ଯାତ୍ରାର ଯୋଗ ରହିଛି। ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସମ୍ପତ୍ତି କ୍ଷେତ୍ରରେ ଲାଭବାନ ହେବେ। ସାନ୍ତାନଙ୍କ ଚିନ୍ତା ଲାଗି ରହିବ।

 

ମିଥୁନ ରାଶି:- କାର୍ଯ୍ୟ ବ୍ୟସ୍ତତା ଲାଗି ରହିବ। ଧନ ପ୍ରାପ୍ତିର ଯୋଗ ରହିଛି। ନିଜର କାର୍ଯ୍ୟ ବିସ୍ତାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ସମୟରେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ। ପରିବାରକୁ ନେଇ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ଗୃହସ୍ଥ ଜୀବନରେ ସୁଖ ପ୍ରାପ୍ତି ହେବ।

କର୍କଟ ରାଶି:- ଜମିବାଡିକୁ ନେଇ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କିନ୍ତୁ କ୍ଷତିର ଆଶଙ୍କାକୁ ନେଇ ଚିନ୍ତିତ ରହିବେ। ଭୟ ଏବଂ ଅସୁସ୍ଥତାର ବାତାବରଣ ଲାଗି ରହିବ। କୌଣସି ରିକ୍ସ ନିଅନ୍ତୁ ନାହିଁ।

 

ସିଂହ ରାଶି:- ବିବାହ ପ୍ରୟାସ ସଫଳ ରହିବ। ରୋଜଗାରର ନୂଆ ଉପାୟ ଖୋଲିବ। ଧନଲାଭ ହେବା ସହିତ ପ୍ରତିଷ୍ଠାର ବୃଦ୍ଧି ହେବ। ମୂଲ୍ୟବାନ ବାସ୍ତୁ ସମ୍ଭାଳି ରଖନ୍ତୁ। ରିକ୍ସ ନିଅନ୍ତୁ ନାହିଁ।

 

କନ୍ୟା ରାଶି:- ସମାଜରେ ଆତ୍ମସମ୍ମାନ ବଢିବା ସହିତ ସାନ୍ତାନଙ୍କ ଠାରୁ ଶୁଭ ସମାଚାର ପ୍ରାପ୍ତି ହେବ। ଅର୍ଥ ବିନିଯୋଗ ପାଇଁ ସମୟ ଅନୁକୂଳ ରହିବ। ଗୃହ ବଦଳିବା ପାଇଁ ଯୋଗ ସୃଷ୍ଟି ହେଉଛି। ଚିନ୍ତା ସହିତ ଭୟ ଲାଗି ରହିବ।

ତୁଲା ରାଶି:- ଧନ ପ୍ରାପ୍ତି ସହିତ ପୁରୁଣା ନିବେଶରୁ ଲାଭ ହେବ। ଯାତ୍ରା ସଫଳ ରହିବ। ଅଜାଣତରେ କୌଣସି ବଡ଼ ଭୁଲର ଆଶଙ୍କା ଚିନ୍ତାରେ ପକାଇବ। ବିବାଦ ଠାରୁ ଦୂରେଇ ରୁହନ୍ତୁ।

 

ବିଛା ରାଶି:- ନିଜର ଦକ୍ଷତା ସାହଯ୍ୟରେ ଲୋକଙ୍କୁ ପ୍ରଭାବିତ କରିବେ। ସ୍ଵାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ। ନିର୍ମାଣ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ। ଯାତ୍ରାର ଯୋଗ ରହିଛି।

 

ଧନୁ ରାଶି:- ଆଜିର ଦିନର ମହତ୍ତ୍ୱକୁ ବୁଝି ନିଜର ଉଦେଶ୍ୟ ଦିଗରେ କାର୍ଯ୍ୟ କରନ୍ତୁ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହୋଇପାରନ୍ତି। ସମ୍ବନ୍ଧ କ୍ଷେତ୍ରରେ ଧର୍ଯ୍ୟର ଆବଶ୍ୟକତା ରହିଛି।

 

ମକର ରାଶି:- ଧନଲାଭର ଯୋଗ ରହିଛି। ବହୁ ଦିନରୁ ଚିନ୍ତିତ କରୁଥିବା କଷ୍ଟ ଦୂର ହୋଇଯିବ। ଆପଣଙ୍କ ଶ୍ରେଷ୍ଟତ୍ଵକୁ ଦେଖି ଶତ୍ରୁ ଶାନ୍ତ ରହିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ନିଜର ବ୍ୟବହାରରେ ଉନ୍ନତି ଆଣିବାରେ ଅବଶ୍ୟକତା ରହିଛି।

କୁମ୍ଭ ରାଶି:- ବ୍ୟକ୍ତିଗତ ଖର୍ଚ୍ଚରେ ବୃଦ୍ଧି ସହିତ କାର୍ଯ୍ୟ ସିଦ୍ଧି ନହେବାରୁ ଚିନ୍ତାରେ ରହିବେ। ନିରାଶାର ସାମ୍ନା କରିବାକୁ ପଡିବ। ବିବାଦ ଠାରୁ ଦୂରେଇ ରୁହନ୍ତୁ। କଷ୍ଟରୁ ମୁକ୍ତି ମିଳିବ।

ମୀନ ରାଶି:- ଦିନର ଆରମ୍ଭରେ କାର୍ଯ୍ୟରେ ବିଳମ୍ବ ହେବ। ଯାନବାହନ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ। ଚକ୍ଷୁ ଜନିତ ପୀଡା ଅନୁଭବ କରିବେ। ଭୟ ଏବଂ ଚିନ୍ତାର ବାତାବରଣ ଲାଗି ରହିବ। ବିବାଦରୁ ଦୂରେଇ ରୁହନ୍ତୁ।

LEAVE A REPLY

Please enter your comment!
Please enter your name here