ଆଜିଠୁ ୪ଦିନ ବର୍ଷିବ

0
551
rda
fcd

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ୪ଦିନ ଯାଏଁ ଲାଗିରହିବ ବର୍ଷା । ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ବେହେରାଙ୍କ ସୂଚନା ଅନୁଯାୟୀ, ସମ୍ବଲପୁର, ବରଗଡ,ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝରରେ ଆଜି ବର୍ଷା ସମ୍ଭାବନା ରହିଛି। ତେବେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଆଜି ଶୁଖିଲା ରହିବ। ସେହିପରି ୨୪ ତାରିଖ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳର ଅଧିକାଂଶ ସ୍ଥାନ, ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। କେତେକ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା କଟକ, ଯାଜପୁର, ଭଦ୍ରକ ଓ ଖୋର୍ଦ୍ଧା।
ତେବେ ୨୫ ତାରିଖ ଓଡ଼ିଶାର ସବୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି।
୨୬ ତାରିଖ ଯଦିଓ ବିଶେଷ ବର୍ଷା ସମ୍ଭାବନା ନାହିଁ ତେବେ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

LEAVE A REPLY

Please enter your comment!
Please enter your name here