ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ,ସରକାରଙ୍କୁ ଘେରିବାକୁ ବିରୋଧୀଙ୍କର ବିଶେଷ ରଣନୀତି…

0
458
bbm
bbm

ଆଚିଭରର୍ସ ନ୍ୟୁଜ୍‌: ଆଜି ଠାରୁ ସଂସଦରେ ଆରମ୍ଭ ହେବ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଯାହା ଆଜି ଠାରୁ ଆରମ୍ଭ ହୋଇ ଏପ୍ରିଲ ୩ଯାଏଁ ଚାଲିବ ବୋଲି ଜଣାପଡିଛି । ତେବେ ସରକାରଙ୍କୁ ଘେରିବା ପାଇଁ ଅଂଟା ଭିଡିଛନ୍ତି ବିରୋଧୀ । ବିଶେଷ କରି ସିଏଏ ପ୍ରସଙ୍ଗ ନେଇ ହେଉଥିବା ହିଂସାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ତେଣୁ ଏହାକୁ ମୁଦା କରି ଗୃହ ଚଲାଇ ନଦେବାକୁ କଂଗ୍ରେସ ବିଶେଷ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡିଛି । ସୂଚନାନୂସାରେ ସାରା ଭାରତ ବର୍ଷରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଭଲ ନଥିବା, ଅର୍ଥନୈତିକ ମାନ୍ଦାବସ୍ଥା, ଆଦି ପ୍ରସଙ୍ଗରେ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳ ମାନେ କେନ୍ଦ୍ର ସରକାରଙ୍କୁ ଘେରିବେ । ସେପଟେ ବିଜେପି ଏହି ଅଧିବେଶନରେ ସଂଶୋଧିତ ସରୋଗେସି ବିଧେୟକ, ବିବାଦୀୟ ଟିକସ ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହରେ ପାରିତ କରିବାକୁ ଲକ୍ଷ୍ୟ ରଖିଛି ।

LEAVE A REPLY

Please enter your comment!
Please enter your name here