ଆଉ ବଢି ନପାରେ ଲକ୍‌ଡାଉନ୍‌ ସମୟସୀମା

0
535
ld
bg

ନୂଆଦିଲ୍ଲୀ: 21 ଦିନ ପରେ ଆଉ ବଢି ନପାରେ ଲକ ଡାଉନ ସମୟସୀମା  । ଏହି ଅବଧି ବୃଦ୍ଧି ନେଇ ବାରମ୍ବାର ଆଲୋଚନା ଚର୍ଚା ହେବାରୁ କିଛିଦିନ ପୂର୍ବରୁ ଏ ନେଇ ମୁହଁ ଖୁଲିଥିଲେ  କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବ ରାଜୀବ ଗୋବା । କ୍ୟାବିନେଟ ସଚିବ ରାଜୀବ ଗୋବା କହିଥିଲେ ଲକଡାଉନ ବଢିବାର ଯୋଜନା ନାହିଁ । କେନ୍ଦ୍ର ସରକାର ଏଭଳି କୌଣସି ଚିନ୍ତା ମଧ୍ୟ କରିନାହାନ୍ତି । ସେପଟେ ଅବଧି ପୁଣି ବଢିପାରେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ଗୃହ ମନ୍ତ୍ରାଳୟ ର ଅଧିକାରୀ ମାନେ ସମ୍ପୂର୍ଣ lock down କଥାକୁ ଏଡାଇଛନ୍ତି। ଏବଂ ପରିସ୍ଥିତି ଦେଖି ନିଷ୍ପତ୍ତି ସରକାର ନେବେ ବୋଲି ପ୍ରକାଶ କରିଛନ୍ତି। ରାଜ୍ୟମାନେ ପରିସ୍ଥିତି ଦେଖି ମଧ୍ୟ ଏହା ଉପରେ କେନ୍ଦ୍ର ସହ ଅଲୋଚନ କରି ନିଶ୍ଚିତ୍ତି ନେବା କଥା ସେମାନେ ପ୍ରକାଶ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here