ଆଉ ଦିନକ ପରେ ଖୋଲିବ ପୁରୀ ଶ୍ରୀମନ୍ଦିର ।

0
51

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ (୨୧/୧୨):-ଆଉ ଦିନକ ପରେ ଖୋଲିବ ପୁରୀ ଶ୍ରୀମନ୍ଦିର । ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବ୍ୟବସ୍ତାକୁ ନେଇ ଚାଲିଛି ଏସଓପିର ପ୍ରସ୍ତୁତି । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଏନେଇ ଚାଲିଛି ବୈଠକ । ସମସ୍ତ ଅଧିକାରୀଙ୍କୁ ଏସଓପି ବିଷୟରେ ଅବଗତ କରୁଛନ୍ତି ଜିଲ୍ଲାପାଳ । ପୌରସଂସ୍ଥା, ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ଅତିରିକ୍ତ ଏସପି ବୈଠକରେ ଉପସ୍ଥିତ ଅଛନ୍ତି । ୨୩ ତାରିଖ ମନ୍ଦିର ଖୋଲିଲେ ପ୍ରଥମେ ସେବାୟତ ଓ ପୁରୀବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଗ୍ରାଧିକାର ଦିଆଯିବ । ଏହାପରେ ୩ ତାରିଖରେ ରାଜ୍ୟ ବାହାର ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

LEAVE A REPLY

Please enter your comment!
Please enter your name here