ଆଇପିଏଲ୍‌ରୁ ଓହରିଗଲେ ହରଭଜନ ସିଂହ, ଖେଳିବେନି IPL

0
104

ଆଚିଭର୍ସ ନ୍ୟୁଜ୍ ୫/୦୯(ବ୍ୟୁରୋ)-

ଦୁବାଇ: ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ସଙ୍କଟ ଟଳିବାର ନାମ ଧରୁନାହିଁ। ବ୍ୟକ୍ତିଗତ କାରଣ ଦର୍ଶାଇ ଅଲରାଉଣ୍ଡର୍‌ ସୁରେଶ ରାଇନା ୟୁଏଇରୁ ଫେରି ଆସିଥିବା ବେଳେ ଦଳ ସହ ଗସ୍ତ କରିନଥିବା ଅଭିଜ୍ଞ ଅଫସ୍ପିନର୍‌ ହରଭଜନ ସିଂହ ଶୁକ୍ରବାର ସମାନ କାରଣ ଦର୍ଶାଇ ଓହରିଯାଇଛନ୍ତି। ଆଇପିଏଲ୍‌ ଆରମ୍ଭ ହେବାକୁ ଆଉ ମାତ୍ର ୨ ସପ୍ତାହ ଥିବା ବେଳେ ଅନ୍ୟତମ ସଫଳ ଦଳ ‌ସିଏସ୍‌କେ ପାଇଁ ଏହା ଝଟକା ଭଳି ହୋଇଛି।

ଶୁକ୍ରବାର ହରଭଜନ ନିଜ ଆଡୁ ଓହରିଯାଇଥିବା କଥା ସ୍ପଷ୍ଟ କରିଥିଲେ। ‘ବଂଧୁମାନେ ମୁଁ ଚଳିତ ବର୍ଷର ଆଇପିଏଲ୍‌କୁ ବ୍ୟକ୍ତିଗତ କାରଣରୁ ଖେଳିପାରୁ ନାହିଁ। କଠୋର ସମୟ ଚାଲିଛି, ପରିବାର ସହ ଥିବାରୁ ମୋ ଗୋପନୀୟତା ସୁରକ୍ଷିତ ରହିବ ବୋଲି ଆଶା କରିବି’ ଲେଖି ଭଜି ଟ୍ବିଟ୍‌ କରିଥିଲେ। ଏହା ପରେ ମୁଖ୍ୟ କାର୍ଯ୍ୟନିର୍ବାହୀ କାଶୀ ବିଶ୍ବନାଥନ୍ ମଧ୍ୟ ଏହି ସୂଚନା ମିଳିଥିବା ଖବରକୁ ସ୍ପଷ୍ଟ କରିଥିଲେ। ଏବେ ଦଳ ତାଙ୍କ ବଦଳ ଖେଳାଳି କଥା ବିଚାର କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭଜିଙ୍କ ବାଦ୍ ସିଏସ୍‌କେ ଶିବିରରେ ରବୀନ୍ଦ୍ର ଜାଦେଜା, ମିଚେଲ ସାଣ୍ଟନର୍‌ ଏବଂ ଇମ୍ରାନ୍ ତାହିର୍‌ ସ୍ପିନ୍‌ ବିଭାଗ ସମ୍ଭାଳି ପାରିବେ। ଏମାନଙ୍କ ବ୍ୟତୀତ କର୍ଣ୍ଣ ଶର୍ମା, ପୀୟୂଷ ଚାୱଲା ଏବଂ ଆର୍‌ ସାଇ କିଶୋର ମଧ୍ୟ ସିଏସ୍‌କେ ଦଳରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here