‘ଆଇଇ ୧୦୦’ ତାଲିକାର ସବୁଠୁ ଅଧିକ କ୍ଷମତାଶାଳୀ ଭାରତୀୟଙ୍କ ମଧ୍ୟରେ ୪ଜଣ ଓଡ଼ିଆ

0
17

ନୂଆଦିଲ୍ଲୀ: ‘୨୦୨୧ ‘ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ କ୍ଷମତା ତାଲିକାରେ ଥିବା ୧୦୦ଜଣ ଭାରତୀୟଙ୍କ ମଧ୍ୟରେ ୪ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି।ଏହି ତାଲିକାର ୨୦ତମ ସ୍ଥାନରେ ଅଛନ୍ତି ୭୨ ବର୍ଷିୟ ପିକେ ମିଶ୍ର। ସମ୍ପ୍ରତି ସେ ପ୍ରଧାନମନ୍ତ୍ରୀଙ୍କର ପ୍ରମୁଖ ସଚିବ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିକଟତମ ବ୍ୟକ୍ତି ଭାବେ ସେ ସବୁଠୁ ଅଧିକ କ୍ଷମତାଶୀଳ ଅମଲାରେ ପରିଗଣିତ ହେଉଛନ୍ତି। ମୋଦୀ ଗୁଜୁରାଟରେ ଥିବା ସମୟରୁ ସେ ତାଙ୍କ ସହ ଅଛନ୍ତି। ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱିତୀୟ ପାଳିରେ ସେ ପ୍ରମୁଖ ସଚିବ ଭାବେ ପଦୋନ୍ନତି ପାଇଛନ୍ତି।ଏହି ତାଲିକାର ୨୯ତମ ସ୍ଥାନରେ ଅଛନ୍ତି ୬୪ ବର୍ଷିୟ ଶକ୍ତିକାନ୍ତ ଦାସ। ସମ୍ପ୍ରତି ସେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣନର୍‌ ଅଛନ୍ତି। ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣନର୍‌ ଭାବେ ଶକ୍ତିକାନ୍ତ ଦାସ ଦେଶର ମନିଟାରି ପଲିସି ପ୍ରସ୍ତୁତି ଓ ପ୍ରଣୟନରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି। ବ୍ୟାଙ୍କିଙ୍ଗ୍‌ ସେକ୍ଟର୍‌ ଓ ସରକାରଙ୍କ ଅର୍ଥ ପରିଚାଳକଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ସତର୍କତାର ସହ କାର୍ଯ୍ୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here