ଅଷ୍ଟ୍ରେଲିଆର ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି

0
58

ସିଡ୍‌ନି: ଆଜି ‘ଏସ୍‌ସିଜି ଗ୍ରାଉଣ୍ଡ୍‌’ରେ ଆରମ୍ଭ ହୋଇଥିବା ପ୍ରଥମ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚ୍‌ରେ ଟସ୍‌ ଜିଣିବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ‌ କରିବାକୁ ନିଷ୍ପତ୍ତି ନେଇଛି।

ଟସ୍‌ ପକାଇବାକୁ ଅଷ୍ଟ୍ରେଲୀୟ କ୍ୟାପ୍‌ଟେନ୍‌ ଆରୋନ ଫିଞ୍ଚ୍‌, ଭାରତୀୟ କ୍ୟାପ୍‌ଟେନ୍‌ ବିରାଟ କୋହଲି ଏବଂ ମ୍ୟାଚ୍‌ ରେଫେରି ପିଚ୍‌କୁ ଯାଇଥିଲେ। କଏନ୍‌ ଉପରକୁ ଫିଙ୍ଗାଯିବା ପରେ ବିରାଟ କୋହଲି ‘ହେଡ୍‌ସ୍‌’ ଡାକିଥିଲେ, କିନ୍ତୁ ‘ଟେଲ୍‌ସ୍‌’ ପଡ଼ିବାରୁ ଅଷ୍ଟ୍ରେଲିଆ ଟସ୍‌ ଜିଣିଥିଲା ଓ ବ୍ୟାଟିଂ‌ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ଭାରତ ପକ୍ଷରୁ‌ ମହମଦ୍‌ ଶାମି ବୋଲିଂ କରି ଭାରତୀୟ ଇନିଂସ ଆରମ୍ଭ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆରନ୍ ଫିଞ୍ଚ ଓ ଡେଭିଡ୍ ୱାର୍ନର ଇନିଂସ ଓପନ୍ କରିଛନ୍ତି। ଭାରତୀୟ କ୍ୟାପ୍‌ଟେନ୍‌ ବିରାଟ କୋହଲି କହିଛନ୍ତି, ଆରମ୍ଭ ଆମ ଲାଗି ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆମେ ସୁଦୃଢ଼ ଭାବେ ଖେଳ ଆରମ୍ଭ କରିବାକୁ ଚାହୁଁଛୁ।

LEAVE A REPLY

Please enter your comment!
Please enter your name here