ଅର୍ଡିନାନ୍ସ ଜାରି କରି କହିଲେ କେନ୍ଦ୍ର ସରକାର ଦିଲ୍ଳୀରେ ପ୍ରଦୂଷଣ ନିୟମ ଭଙ୍ଗକାରୀଙ୍କୁ ହୋଇପାରେ ୫ ବର୍ଷ ଜେଲ୍

0
36

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀଠାରେ ପ୍ରଦୂଷଣ ସମସ୍ୟାର ମୁକାବିଲା କରିବାକୁ କେନ୍ଦ୍ର ସରକାର ଏକ ଅର୍ଡିନାନ୍ସ ମାଧ୍ୟମରେ ନୂତନ ଆଇନ୍‌ ନେଇ ଆସିଛନ୍ତି। ଦିଲ୍ଳୀ ଏନ୍‌ସିଆର୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ନିୟମକୁ ଉଲ୍ଲଂଘନ କଲେ ପ୍ରଦୂଷଣକାରୀଙ୍କୁ ୧ କୋଟି ଜରିମାନା କିମ୍ବା ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ହୋଇପାରେ ବୋଲି ଅର୍ଡିନାନ୍ସରେ ଉଲ୍ଲେଖ କରାଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କେନ୍ଦ୍ର ସରକାର ଅକ୍ଟୋବର ୨୯ ତାରିଖରେ ଦିଲ୍ଲୀ-ଏନସିଆର ସକାଶେ ବାୟୁ ଗୁଣବତ୍ତା ପରିଚାଳନା ପାଇଁ  ଏକ ଆୟୋଗ ଗଠନ କରି ସାରିଛନ୍ତି। ଯାହା ପ୍ରଦୂଷଣକାରୀ ତଥା ଯେଉଁମାନେ ଏହାର ଆଦେଶ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ କ୍ଷମତା ପ୍ରଦାନ କରିଛି।

LEAVE A REPLY

Please enter your comment!
Please enter your name here