ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ

0
521
BHGYH
HYVF

ଦେଶବ୍ୟାପି ଲକଡାଉନର 13 ଦିନ । ଅମାନିଆଙ୍କୁ ସେମାନଙ୍କୁ ସାବାଡ କରିବା ସହ ଗାଡି ଜବତ କରୁଛି ପୋଲିସ । ଏପରିକି ପାସ ଥାଉ କିମ୍ବା ନଥାଉ ବଜାରରେ ଗାଡ଼ି ଦେଖିବା ମାତ୍ରେ ସିଜ କରାଯାଇଛି । ଭଦ୍ରକ ଓ କଟକରେ ମଧ୍ୟ ଅନେକ ଗାଡି ଜବତ ହୋଇଛି । ଅମାନିଆଙ୍କଠାରୁ ଜୋରିମାନା ଆଦାୟ ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ । ଏବେ ମଧ୍ୟ କଟକ ଜିଲ୍ଲାର ଦୁଇଟି ଗାଁ ସହ ନିଶ୍ଚିତକୋଇଲି ତହସିଲର ଜୟୀରାମପୁର, ସାଲେପୁର ତହସିଲର କାନପୁର ଗାଁକୁ ଅବରୋଧ କରାଯାଇଛି । ଭୁବନେଶ୍ୱର ବୋମିଖାଲ, ସୁନ୍ଦରପଦା ଅଂଚଳରେ ମଧ୍ୟ ସର୍ଟ ଡାଉନ ବଳବତ୍ତର ରହିଛି।

ସେପଟେ ସର୍ଟ ଡାଉନ ଉଠିବା ପରେ କଟକ, ଭୁବନେଶ୍ୱର ଓ ଭଦ୍ରକରେ ଲକଡାଉନକୁ କଡାକଡି କରାଯାଇଛି । ତେବେ ଏବେ ମଧ୍ୟ ରାଜ୍ୟକ କିଛି କିଛି ସ୍ଥାନରେ ସର୍ଟ ଡାଉନ ଜାରି ରହିଛି । ଲକଡାଉନ ଥିବା ଅଞ୍ଚଳରେ ଅତ୍ୟାବଶକୀୟ ସାମଗ୍ରୀ ବଜାର ଖୋଲିଛି । ସଉଦା ଓ ପନିପରିବା କିଣାକିଣି ସମୟରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେପଟେ କମିସନରେଟ ପୋଲିସର ନିର୍ଦ୍ଦେଶ ନମାନିଥିବା ଅନମାନିଆଙ୍କୁ ସାବାଡ କରିବା ସହ ସେମାନଙ୍କର ଗାଡିକୁ ସିଜ କରାଯାଇଛି।

LEAVE A REPLY

Please enter your comment!
Please enter your name here