ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷାଙ୍କ ଅଭିଯୋଗର ପୂରା ପିଟିସନ୍ l

0
106

କଟକ : ଆଚିଭର୍ସ ନ୍ୟୁଜ୍ ୦୬/୦୯(ବ୍ୟୁରୋ)-  ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। କଟକ ସଦର ଏସ୍‌ଡିଜେଏମ୍ ଅଦାଲତରେ ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ (ପ୍ରୋଟେକ୍ସନ୍ ଅପ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ), ୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ରେ କ୍ଷତିପୂରଣ ଓ ଭରଣପୋଷଣ ଦାବି କରି ବର୍ଷା ମାମଲା ରୁଜୁ କରିଛନ୍ତି। ବର୍ଷା ଦାୟର କରିଥିବା ମାମଲା ପ୍ରସଂଗରେ ପଚରାଯିବାରୁ ସାଂସଦ ଶ୍ରୀ ମହାନ୍ତି ପ୍ରତିକ୍ରିୟାରେ ଆଜି କହିଥିଲେ ଯେ ତାଙ୍କ ପାଖକୁ ସେମିତି କିଛି ଲିଗାଲ ନୋଟିସ୍ ଏ ପର୍ଯ୍ୟନ୍ତ ଆସି ନାହିଁ। ଯେବେ ଆସିବ ସେ ଜଣାଇବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ।

ବିଭାଘର ପରେ ବର୍ଷା  ଅନୁଭବଙ୍କ ସହିତ ଏକାଧିକ ଚଳଚ୍ଚିତ୍ରରେ ଅଭି‌ନୟ କରିଥିଲେ ବି ଗୋଟିଏ ଟଙ୍କା ପାରିଶ୍ରମିକ ମିଳି ନ ଥିଲା। ଅନ୍ୟପକ୍ଷରେ ତାଙ୍କ ଉପରେ ପ୍ରଥମେ ଏପରି ଭାବେ ଅତ୍ୟାଚାର ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅଭିନୟ ବାବଦ ତାଙ୍କୁ ୨୦ ଲକ୍ଷ ଟଙ୍କା ପାରିଶ୍ରମିକ ମିଳିବା କଥା। ଏହାପରେ ବର୍ଷାଙ୍କୁ ବାହାରକୁ କାମ କରିବାକୁ ଦିଆ ଯାଇ ନଥିଲା। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ  ଅନୁଭବ ଫିଲ୍ମ ଇଣ୍ଡଷ୍ଟ୍ରି‌ର ଅନ୍ୟ ଯୁବତୀଙ୍କ ସହିତ ସଂପର୍କ ରଖିଥିଲେ। ଅନୁଭବଙ୍କ ପରିବାର ଲୋକେ ତାଙ୍କୁ ସମର୍ଥନ ଦେଉଥିଲେ ଓ ବର୍ଷାଙ୍କୁ ଅନୁଭବଙ୍କ ଚଳଚ୍ଚିତ୍ର ଜୀବନରେ ହସ୍ତକ୍ଷେପ ନ କରିବାକୁ କହିଥିଲେ।  ଅନୁଭବ ଅନେକ ସମୟରେ ମଦ ପିଉଥିବା ସେ ଅଭିଯୋଗ କରିଛନ୍ତି। ଏପରି ଘଟଣାର ପ୍ରତିବାଦ କରିଲେ ବର୍ଷାଙ୍କୁ ମାଡ଼ ମରାଯାଉଥିଲା। ଏଭଳି ଭାବେ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ବର୍ଷାଙ୍କ କଥାକୁ କେହି ଶୁଣୁ ନଥିବା ବେଳେ ଘରଲୋକମାନେ ଅନୁଭବଙ୍କୁ ସମର୍ଥନ କରୁଥିଲେ। ପରିବାରର ସମ୍ମାନ ଦୃଷ୍ଟିରୁ ସେ ଚୁପ୍ ରହୁଥିଲେ। କିନ୍ତୁ ଧୀରେ ଧୀରେ ବର୍ଷାଙ୍କୁ ନିର୍ଯାତନା ବଢିଥିଲା ଓ ତାଙ୍କ ସହିବା ଶକ୍ତି ବାହାରକୁ ଚାଲି ଯାଇଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

LEAVE A REPLY

Please enter your comment!
Please enter your name here