ଅଦା ବନ୍ଦ କରିବ ଆପଣଙ୍କ କେଶ ଝଡ଼ିବା । ଜାଣନ୍ତୁ କେମିତି କରିବେ ବ୍ୟବହାର ?

0
522
111
111

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ଦିନକୁ ଦିନ ବଢ଼ିବାରେ ଲାଗିଛି କେଶ ସମସ୍ୟା । ଯୁବ ପିଢ଼ିଙ୍କ ପାଇଁ ଯେମିିତି ପାଲଟିଲାଣି ଏହା ଏକ ବଡ଼ ବ୍ୟାଧି । ଏହି କେଶ ପାଇଁ ବହୁ ଲୋକ ବିଭିନ୍ନ ଉପଚାରେ କରିବା ସହ ବିଭିନ୍ନ ମେଡିସିନ ମଧ୍ୟ ବ୍ୟବହାର କରୁଛନ୍ତି । ହେଲେ ଜାଣିଛନ୍ତିକି ଅଦା କରିବ ଆପଣଙ୍କ କେଶକୁ ମଜବୁତ ଓ ଘନ । ତେବେ ଆସନ୍ତୁ ଜାଣିବା ଅଦାକୁ ଆପଣ କିପରି କରିବେ ବ୍ୟବହାର ।

୧. ବଜାରରେ ମିଳୁଥିବା ଜିଞ୍ଜର୍ ଅଏଲ୍ କେଶରେ ଲଗାନ୍ତୁ। ନଚେତ୍ ନିଜେ ଘରେ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ପ୍ରଥେମ ଗୋଟିଏ ଚାମଚ ଘିଅରେ ଜୋଜୋବା ଅଏଲ୍‌, ଅଲିଭ୍ ଅଏଲ୍ ଓ ଅଦା ରସ ମିଶାନ୍ତୁ। ଏହି ମିଶ୍ରଣକୁ ଭଲ ଭାବରେ ମୁଣ୍ଡରେ ମାଲିସ କରନ୍ତୁ। ୩୦ ମିନିଟ୍ ପର‌୍ୟ୍ୟନ୍ତ ଲଗାଇ ରଖନ୍ତୁ। ସପ୍ତାହକୁ ଏପରି ଦୁଇ ଥର କରନ୍ତୁ। ଦେଖିବେ କେଶ ମୋଟା ହେବା ସହ ଝଡ଼ିବା ବନ୍ଦ ହେବ।
୨. ଅଦା ଓ ଲେମ୍ୱୁ ରସ ମଧ୍ୟ କେଶ ପାଇଁ ବ୍ୟବହାର କରିପାରିବେ। ୨ ଚାମଚ ଅଦା ରସରେ ୩ ଚାମଚ ରାଶି ତେଲ ଓ ଅଧା ଚାମଚ ଲେମ୍ୱୁ ରସ ମିଶାନ୍ତୁ। ଏହି ମିଶ୍ରଣକୁ କେଶ ମୂଳରେ ୧୫ ରୁ ୨୦ ମିନିଟ୍ ପର‌୍ୟ୍ୟନ୍ତ ଲଗାଇ ରଖନ୍ତୁ। ଏହାପରେ ଶାମ୍ପୂ କରିନିଅନ୍ତୁ। ଏହା ଦ୍ୱାରା ରୁପି ଦୂର ହେବ। ସପ୍ତାହକୁ ତିନିଥର ଏହି ମିଶ୍ରଣକୁ ଲଗାଇପାରିବେ।
୩. କେଶ ପତଳା ଥିଲେ ଅଦା ଓ ପିଆଜ ରସ ଲଗାନ୍ତୁ। ପ୍ରଥମେ ୨ ଚାମଚ ଅଦା ରସରେ ୧ ଚାମଚ ପିଆଜ ରସ ମିଶାନ୍ତୁ। ଏହି ରସକୁ କେଶ ମୂଳରେ ୨୦ ମିନିଟ୍ ଲଗାଇ ରଖିବା ପରେ ଧୋଇ ନିଅନ୍ତୁ। ସପ୍ତାହକୁ ଏପରି ଦୁଇରୁ ତିନିଥର କଲେ କେଶ ମୋଟା ହେବ।

LEAVE A REPLY

Please enter your comment!
Please enter your name here