ବାତିଲ ହୋଇପାରେ ଟୋକିଓ ଅଲମ୍ପିକ୍ -୨୦୨୦

0
101
BBM
BBM

ଆଚିଭରର୍ସ ନ୍ୟୁଜ୍‌:ବାତିଲ ହୋଇପାରେ କ୍ରୀଡା ମହାକୁମ୍ଭ । ‘ଟୋକିଓ ଅଲମ୍ପିକ୍‌-୨୦୨୦’ର ଆୟୋଜନ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ପ୍ରମୁଖ କାରଣ ରହିଛି ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ । କରୋନା ଭାଇରସ୍‌ରେ ଏବେ ପର୍ଯ୍ୟନ୍ତ ୨ହଜାର ୭୧୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୦ହଜାର ୫୯୮ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ଟୋକିଓ ଅଲମ୍ପିକ୍ ଜୁଲାଇ ୨୪ରୁ ଆରମ୍ଭ ହେବାର ଅଛି । ଏବେ ପର୍ଯ୍ୟନ୍ତ କରୋନା ଭାଇରସ୍ ଯୋଗୁଁ ଜାପାନରେ ୧୬୧ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । କରୋନା ଭାଇରସ୍ ବିଶ୍ୱର ୪୩ଟି ରାଷ୍ଟ୍ରକୁ ସ୍ପର୍ଶ କରିଛି । ଅଲମ୍ପିକ୍ ଯେହେତୁ ଏତେ ବଡ କାଯ୍ୟକ୍ରମ ତେଣୁ ଏଠାକୁ ସବୁଦେଶର ପ୍ରତିଯୋଗୀ ଆସିବେ । ଚୀନର ଅଧିକାଂଶ ଖେଳାଳୀ ମଧ୍ୟ ଆସି ପାରନ୍ତି । ଏସବୁକୁ ଦୃଷ୍ଟିରେ ରଖି ଅଲମ୍ପିକ୍ ୨୦୨୦ ବାତିଲ ହୋଇପାରେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here