ଶେଷ ହେଲା ତିନି ଦିନିଆ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ, ପରାଜିତ ଭାରତ

0
130
bbm
bbm

ଆଚିଭରର୍ସ ନ୍ୟୁଜ୍‌: ଶେଷ ହୋଇଛି ତିନି ଦିନିଆ ଭାରତ- ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ । ଏଥିରେ ହାରିଛି ଭାରତ । ନ୍ୟୁଜିଲାଣ୍ଡ ଠାରୁ ୭ୱିକେଟ୍‌ରେ ଭାରତ ହାରି ଥିବାବେଳେ ଘରୋଇ ଦଳ ଏହି ସିରିଜକୁ ୨-୦ରେ ଜିତିଛି । ମ୍ୟାନ୍ ଅଫ୍ ଦି ମ୍ୟାଚ କାଇଲ୍ ଜେମିସନଙ୍କୁ ଦିଆଯାଇଥିବାବେଳେ ମ୍ୟାନ୍ ଅଫ୍ ଦି ସିରିଜ୍ ଟିମ୍ ସାଉଦୀ ହାତେଇଛନ୍ତି । ହେଗଲେ ଓଭାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚର ପ୍ରଥମ ଇନିଂସ୍ ଭାରତୀୟ ଦଳ ୨୪୨ରନ୍ କରିଥିଲା ପରେ ନ୍ୟୁଜିଲାଣ୍ଡ ୨୩୫ରନ୍ କରିଥିଲା । ପରବର୍ତୀ ସମୟରେ ଭାରତୀୟ ଦଳ ବ୍ୟାଟିଂ ଲାଇନ୍ ଫେଲ୍ ମାରିଥିଲା ଓ ଦ୍ୱିତୀୟ ଇନିଂସ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ୧୨୪ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିବାବେଳେ ୧୩୨ ରନ୍‌ରେ ବିଜୟ ଟାର୍ଗେଟକୁ ନ୍ୟୁଜିଲାଣ୍ଡ ସହଜରେ ହାସଲ କରି ନେଇଥିଲା ।

LEAVE A REPLY

Please enter your comment!
Please enter your name here