ରାଜ୍ୟରେ ବଢ଼ିଛି ଦୁଷ୍କର୍ମ ମାମଲା, ସବୁଠୁ ଆଗରେ ମୟୁରଭଞ୍ଜ

0
330
BBM
BBM

ଆଚିଭରର୍ସ ନ୍ୟୁଜ୍ (ଭୁୁବନେଶ୍ୱର): ରାଜ୍ୟରେ ବଢ଼ିଛି ଦୁଷ୍ମର୍ମ ସଂଖ୍ୟା । ରାଜ୍ୟସରକାର ନାରୀ ସୁରକ୍ଷା ନେଇ ବହୁ ଯୋଜନା କରୁଛନ୍ତି ହେଲେ ଏହା ସତ୍ୱେ ରାଜ୍ୟରେ ନାରୀ ନିଯାର୍ତନା ମାମଲା ବଢ଼ି ଚାଲିଛି । ଏନେଇ ବିଧାନସଭାରେ ଉତର ରଖିଛନ୍ତି ସ୍ୱରାଷ୍ଟ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ୨୦୧୮ରେ ସାରା ରାଜ୍ୟରେ ୨୫୦୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ୨୦୧୯ରେ ଏହା ୧୭.୯ ପ୍ରତଶତ ବଢ଼ି ୨୯୫୦ରେ ପହଁଚିଛି । ଭୁବନେଶ୍ୱର ଅର୍ବାନ ପୋଲିସ୍ ଜିଲ୍ଲାରେ ୨୨.୨ପ୍ରତିଶତ ଦୁଷ୍କର୍ମ ମାମଲା ବଢ଼ିଛି । ୨୦୧୮ରେ ୧୨୨ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୧୯ରେ ୧୪୯ ମାମଲା ପଞ୍ଜିକୃତ ହୋଇଛି । ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୦୩ଟି ମାମଲା ପଞ୍ଜିକୃତ ହୋଇଛି । ସେହିପରି ଯାଜପୁରରେ ୧୬୬, ଗଞ୍ଜାମରେ ୧୨୮ଟି ମାମଲା ରୁଜୁ ହୋଇଛି । ଏହା ଛଡା ମହିଳା ଚାଲାଣ ନେଇ ୨୦୧୮ ଅପେକ୍ଷା ୨୦୧୯ରେ ୧୨୯.୪ପ୍ରତିଶତ ବଢ଼ିଥିବାବେଳେ ମହିଳାଙ୍କୁ ର୍ଦୁବ୍ୟବହାର ମାମଲା ୨୪.୯ ପ୍ରତିଶତ, ଧର୍ତବ୍ୟ ଅପରାଧ ସଂଖ୍ୟା ୨୦୧୮ ତୁଳନାରେ ୧୩.୧ ପ୍ରତିଶତ ବଢ଼ିଥିବା ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ ଉତର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here