ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ପାଇଁ 1,38 700 କୋଟି ଟଙ୍କା

0
113

ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ହାତ ଖୋଲା ବ୍ୟୟବରାଦ କରିଛନ୍ତି। ଏହି 3 ବର୍ଗର ବିକାଶ ପାଇଁ 2020-21 ବଜେଟରେ ମୋଟ 1,38 700 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଅନ୍ୟ ପଛୁଆ ବର୍ଗ(ଓବିସି)ର ଲୋକଙ୍କ ବିକାଶ ପାଇଁ ବଜେଟରେ 85 ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ସେହିପରି ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଣ୍ଠି ବାବଦକୁ 53,700କୋଟି ଟଙ୍କା ଖର୍ଚ୍ଚ କରାଯିବ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ବିକାଶ ପାଇଁ ବଜେଟରେ 9,500 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here