ପୁଲୱାମା ଆକ୍ରମଣକୁ ବର୍ଷେ

0
38
abc
abc

ପୁଲୱାମାକୁ ଆକ୍ରମଣକୁ ବର୍ଷେ । ସେଦିନର ସେହି ଲୋମ ଟାଙ୍କୁରା ମୁହୁର୍ତ ଆଜି ବି ମନେ ପଡିଗଲେ ଆଖିରେ ଲୁହ ଜକେଇ ଆସେ । ସେଦିନ ପ୍ରତ୍ୟେକ ଭାରତୀୟଙ୍କ ଆଖିରେ ଲୁହ ସହ ଲହୁ ଝରୁଥିଲା । କିଏ ପୁଅକୁ ହରେଇଥିଲା ତ ଆଉ କିଏ ସ୍ୱାମୀ ଅବା ଭାଇକୁ । ସେ ପାରିରେ ଆମ ବୀର ସହିଦ୍ ମାନେ ଆଉ ଏପାରିରେ ତାଙ୍କର ସ୍ମୃତି । ସେ ଦୁଃଖକୁ ଭୁଲି ହଉନି କି ଆଶ୍ୱାସନା ମଧ୍ୟ ଦେଇ ହେଉନି ଯେ ପୁଅ ଫେରିବ, ପୁଣି ହସିବ ସୁନା ସଂସାର । ଏସବୁ ଭିତରେ କିନ୍ତୁ ମନରେ ଗୋଟିଏ କଥା ଆସୁଛି ପୁଅ ଆମର ଦେଶ ପାଇଁ ଜୀବନ ଦେଇଛି, ଆତଙ୍କୀଙ୍କ ଷଡଯନ୍ତ୍ରରେ ସହୀଦ ହୋଇଛି ହେଲେ ପଛକୁ ହଟିନି । ସୂଚନାନୂସାରେ ଆଜି କୁ ଠିକ୍ ବର୍ଷେ ତଳେ ଅର୍ଥାତ ୨୦୧୯ ଫେବୃଆରୀ ୧୪ ରେ ମାତୃଭୂମିର ସେବା ସ ସୁରକ୍ଷା ଲାଗି ଆରପିଏଫ୍‌ର ୨୫୪୭ ଜଣ ସୁରକ୍ଷା କର୍ମୀ ୭୮ଟି ବସ୍‌ରେ ଜାମ୍ମୁରୁ ଶ୍ରୀ ନଗର ଯାଉଥିଲେ । ଅପରାହ୍ନ ୩ଟାରେ ୭୬ ବାଟାଲିୟନର ଏଚ୍ ଆର ୪୯ଏଫ୍ ୦୬୩୭ ନମ୍ବର ବସଟ୍‌ି ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିଲା । ଆଉ ସେଥିରେ ଥିବା ଆମର ୪୦ଜଣ ବୀର ଯବାନ ମାନେ କିଛି ଜାଣିବା ପୂର୍ବରୁ ସବୁ କିଛି ସରି ଯାଇଥିଲା । ସେତେବେଳେ ଯେମିତି ସାରା ଦେଶ ସ୍ତବ୍ଧ ହୋଇ ଯାଇଥିଲା । ଚଳଚଂଚଳ ଯାନ, ବାହାନ, ମଣିଷ ମାନେ କିଛି କ୍ଷଣ ପାଇଁ ନରମି ଯାଇଥିଲେ । ସମସ୍ତଙ୍କ ମୁହଁରୁ ଗୋଟିଏ କଥା ଶୁଭୁଥିଲା ଆହା, ଏହେ! ସେହି ଦିନକୁ ସ୍ମରଣ କରି ଯବାନଙ୍କ ସ୍ମ୍ମୃତିରେ ଲେଖପୁର କ୍ୟାମ୍ପରେ ଏକ ସ୍ମାରକୀ ଉଦଘାଟନୀ କରାଯାଇଛି । ଏହି ସ୍ମାରକୀରେ ଶହୀଦ ଯବାନଙ୍କ ନାମ ଓ ଫଟୋ ସହ ଯବାନଙ୍କ ଉଦ୍ଦେଶ୍ୟରେ ସେବା ଓ ନିଷ୍ଠା ସ୍ଲୋଗାନ ଲେଖା ହୋଇଛି । ଆଜି ସେହି କଳାଦିନକୁ ବର୍ଷେ ପୁରିଛି ହେଲେ ଏଯାଏଁ ବି ମନରୁ ଲିଭୁନି ସେଦିନର ଦୁଃଖ । ତେବେ ସହୀଦ ଯବାନଙ୍କ ଉଦେଶ୍ୟରେ ଆଚିଭର ନ୍ୟିୁଜ୍ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ।

LEAVE A REPLY

Please enter your comment!
Please enter your name here