ଆଜି ହେବ ଫଇସଲା! ଭିନ୍ନ ଭିନ୍ନ ଭାବେ ଦୋଷୀ ପାଇ ପାରନ୍ତି ଫାଶୀ ।

0
99

ଦିଲ୍ଲୀ ହାଇକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ମାମଲା ସହ ଜଡିତ କେନ୍ଦ୍ର ସରକାରଙ୍କ ଆବେଦନ ନେଇ ଆଜି ନିଜର ଫଇସଲା ଶୁଣାଇବେ । ଏଥିରେ ୪ଜଣ ଦୋଷୀଙ୍କ ଫାଶୀ ଅଟକାଇଯାଇଥିବାକୁ ନେଇ ନିମ୍ନ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି । କୋର୍ଟ ରବିବାର ସ୍ୱତନ୍ତ୍ର ଶୁଣାଣି ସମୟରେ ନିଜର ଫଇସଲା ସୁରକ୍ଷିତ ରଖିଥିଲେ । କେନ୍ଦ୍ର ନିମ୍ନ ଅଦାଲତର ଜାନୁଆରୀ ୩୧ ଆଦେଶକୁ ଚ୍ୟାଲେଞ୍ଜ କରି ଶନିବାର କୋର୍ଟରେ ଆବେଦନ ସହ ଅନୁରୋଧ ମଧ୍ୟ କରିଥିଲେ କି ଶୁଣାଣି ବିଳମ୍ବ କରାନଯାଉ । ନିମ୍ନ ଅଦାଲତ ଏହି ଆଦେଶ ଚାରି ଜଣ ଦୋଷୀଙ୍କ ଫାଶୀ ଆଗାମୀ ଆଦେଶ ପର୍ଯ୍ୟନ୍ତ ଅଟକାଇଥିଲେ । ମଙ୍ଗଳବାର ଦିନ ନିର୍ଭୟାଙ୍କର ପିତାମାତା କେନ୍ଦ୍ର ସର୍ମ୍ପକିତ ଆବେଦନ ବିଳମ୍ବିତ କରା ନଯାଉ ବୋଲି ହାଇକୋର୍ଟକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here