ପାଠ ପଢ଼ିବି ଓକିଲ ହେବି, ମଧୁବାବୁ ସଙ୍ଗେ ଲଢ଼ିବି

0
253
Madhusudan Das
Madhusudan Das

ପାଠ ପଢ଼ିବି ଓକିଲ ହେବି, ମଧୁବାବୁ ସଙ୍ଗେ ଲଢ଼ିବି । ଜାତି ଡାକ ଶୁଣି ଛାତି ଫୁଲେଇ ମୁଁ କାଳିଆ ଘୋଡାରେ ଚଢ଼ିବି । ଏହି ଉକ୍ତିଟି ପାଇଁ ଉଦ୍ଦିଷ୍ଟ ସେ ଆଉ କେହି ନୁହଁନ୍ତି ଆମ ସମସ୍ତଙ୍କର ପ୍ରିୟ ମଧୁବାବୁ । ମହାନ ପୁରୁଷ, ଓଡ଼ିଆ ସ୍ୱାଧିନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା, ଲେଖକ ଓ ପ୍ରଗାଢ଼ କବି ଉତ୍କଳ ଗୌରବ ମଧୁସୂଦନ ଦାସ । ସେଥିଲେ ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲଏଲବି, ପ୍ରଥମ ଓଡ଼ିଶା-ବିହାର ବିଧାନ ସଭାର ସଦସ୍ୟ, ପ୍ରଥମ ମନ୍ତ୍ରୀ, ତଥା ପ୍ରଥମ ଜିଲ୍ଲା ପରିଷଦର ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ ସହ ଅନେକ ପ୍ରତିଭାର ଅଧିକାରୀ ଥିଲେ ସେ । ଆଜି ହେଉଛି ତାଙ୍କର ପୂଣ୍ୟତିଥି । ୨୮ ଏପ୍ରିଲ ୧୮୪୮ମସିହାରେ କଟକ ଜିଲ୍ଲା ସତ୍ୟଭାମାପୁରରେ ଏହି ମହାପୁରୁଷ ଜନ୍ମଗ୍ରହଣ କରିଥିଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଜନ୍ମରୁ ହିଁ ତାଙ୍କର ଗୁଣ ବିକଶିତ ହୋଇଥିଲା । ଓଡ଼ିଶାର ବିଚ୍ଛିନ୍ନଂଚଳକୁ ଏକତ୍ରୀକରଣ କରିବା ପାଇଁ ସେ ସାରା ଜୀବର ଆ୍ରପାଣ ସଂଘର୍ଷ କରିଥିଲେ । ତାଙ୍କର ସଫଳ ଚେଷ୍ଟାରେ ୧୯୩୬ ମସିହାରେ ଏପ୍ରିଲ ୧ରେ ଭାଷା ଭିତିରେ ଓଡ଼ିଶା ପ୍ରଥମ ଭାରତୀୟ ରାଜ୍ୟ ଭାବରେ ପ୍ରତିଷ୍ଠା ହୋଇଥିଲା । ଓଡ଼ିିଶାରେ ଚମଡା ଶିଳ୍ପର ବିକାଶ ତଥା ମୋଚୀ ମାନଙ୍କୁ କାର୍ଯ୍ୟକ୍ଷମ କରାଇବା ଲକ୍ଷ୍ୟରେ ଉତ୍କଳ ଟ୍ୟାନେରୀ ଏବଂ କଟକର ସୁନା ରୂପା ତାରକସି କାମ ପାଇଁ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ୬ଜାନୁଆରୀ ୧୯୨୧ରେ ମଧୁବାବୁ ବିହାର ଓଡ଼ିଶାରେ ମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ । ତେବେ ସେତେବେଳେ ମନ୍ତ୍ରୀ ମାନଙ୍କୁ ବେତନର ବ୍ୟବସ୍ଥା ନଥିଲା । ଇଂରେଜ ସରକାରଙ୍କ ଠାରୁ ଦରମା ନେଇ କାମକଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ । ସରକାର ସେଥିରେ ରାଜି ନହେବାରୁ ମାର୍ଚ୍ଚ ୯ ୧୯୨୩ ମସିହାରେ ମନ୍ତ୍ରୀ ପଦରୁ ଇସ୍ଥଫା ଦେଇଥିଲେ । ଉଠ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁକେତେ ଦିନ? ପୁରୂବ ଗୌରବ ପୁରୂବ ସାହାସ ପଡି ବ କି ତୋର ମନେ । ଏମିତି ଅନେକ ଅନେକ ଦେଶାତ୍ମବୋଧକ କବିତା ଜନକ ହେଲେ ମଧୁବାବୁ । ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ମଧ୍ୟ ଲେଖିଛନ୍ତି । ଉତ୍କଳ ସନ୍ତାନ,ଜାତି ଇତିହାସ, ଜ୍ଞାନୀର ଉକ୍ତି , ଜାତୀୟ ଗୀତିକା ଭଳି ବହୁ ପରିଚିତ ଲେଖାର ଅଧିକାରୀ ସହ ସତୀ ଚଉରାର ପ୍ରତିଷ୍ଠାତା ମଧ୍ୟ ସେଥିଲେ । ଅନ୍ତନଳାରେ ଘା ହେବାରୁ ବହୁ ଦିନ ଧରି ମୃତ୍ୟୁସହ ସଂଗ୍ରାମ କରି ଶେଷରେ ୧୯୩୪ ଫେବୃଆରୀ ୪ ତାରିଖରେ ଚିରନିଦ୍ରାରେ ଶୋଇଥିଲେ ମଧୂବାବୁ । ତାଙ୍କର ତିରୋଧାନରେ ସମଗ୍ର ଓଡ଼ିଶା ଯେମିତି କିଛି କ୍ଷଣ ପାଇଁ ସ୍ଥିର ହୋଇଯାଇଥିଲା । ପ୍ରତ୍ୟେକଟି ଓଡ଼ିଆଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗାଟିଏ କରିଛନ୍ତି ମଧୁବାବୁ । ପୂଣ୍ୟତିଥିରେ ଆଚିଭର ନ୍ୟିୁଜ୍ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ।

LEAVE A REPLY

Please enter your comment!
Please enter your name here