କାଲି ଲିଙ୍ଗରାଜ ମନ୍ଦିର ଯାଉଛନ୍ତିି କି? ଦେଖନ୍ତୁ କଣ ରହିଛି ପାର୍କିଂ ବ୍ୟବସ୍ଥା…

0
153
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଆସନ୍ତକାଲି ମହାଶିବ ରାତ୍ରୀ । ଆଉ ଆପଣ ବି ଚାହୁଁଥିବେ କାଲି ଲିଙ୍ଗରାଜ ମନ୍ଦିର ଯିବେ । ହେଲେ କେମିତି ଯିବେ? ସେ ବିଷୟରେ କେବେ ଭାବିଛନ୍ତି ? ଦର୍ଶକ ବନ୍ଧୁ ଆପଣଙ୍କର ଏସମସ୍ୟାର ଆମେ ସମାଧାନ କରିଦେଉଛୁ । କଣ ରହିଛି କାଲି ପାଇଁ ପାର୍କିଂ ବ୍ୟବସ୍ଥା ଚାଲନ୍ତୁ ଜାଣିବ ।


ଶିବରାତ୍ରୀ ପାଇଁ ଚଳଚଂଚଳ ଏକାମ୍ର କ୍ଷେତ୍ର । ପାର୍କିଂ ସମସ୍ୟାର ସମାଧାନ ପାଇଁ କମିିସନରେଟ୍ ପୋଲିସ୍ ପକ୍ଷରୁ ଏକ ମାଗଦର୍ଶିକା ଜାରୀ କରାଯାଇଛି । ଯେଉଁଥିରେ ମାଉସୀ ମା ଛକରୁ ରଥରୋଡକୁ ଆସୁଥିବା ଚାରିଚକିଆ ଯାନକୁ ବିକୋନନ୍ଦ ମାର୍ଗରେ ସାନିଟାରିୟମ ଛକଦେଇ କଚାରାପିଣ୍ଡି ପର୍ଯ୍ୟନ୍ତ ଛଡାଯିବ । ତେବେ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପାଶ୍ୱର୍ରେ ପାର୍କିଂ କରିପାରିବେ । ଭିଆଇପି ଗାଡିଗାଡିକୁ ଲିଙ୍ଗରାଜ ମନ୍ଦିରର ଉତର ଦ୍ୱାର ପର୍ଯ୍ୟନ୍ତ ତିନି ମୁଣ୍ଡିଆ ଓ ବଢ଼େଇବାଙ୍କ ଛକ ଦେଇ ପାର୍କିଂ କରାଯିବ । ରବିଟକିଜ୍‌, ଗ୍ୟାରେଜ ଛକଓ ସାମନ୍ତରାୟପୁରରୁ ଆସୁଥିବା ସବୁ ଗାଡିକୁ ଯଥାକ୍ରମେ ଅନନ୍ତ ବାସୁଦେବ ମନ୍ଦିର ଉତର ପାଶ୍ୱର୍, ବିଦ୍ୟୁତ୍ ସବ୍ ଷ୍ଟେସନ ଛକ ପାଖ ବିଏମସି ମାର୍କେଟ କମ୍ଲେକ୍ସରେ ଥିବା ପାର୍କିଂ ସ୍ଥାନରେ ଗାଡି ରଖି ପାରିବେ । ତେବେ ଭଜନ ମଣ୍ଡପ ଆଡକୁ କୌଣସୀ ଯାନ ଛଡାଯିବ ନାହିଁ ।ହାଟସାହି ଛକରୁ ଭଜନ ମଣ୍ଡପ, ବଢ଼େଇବାଙ୍କ ଓ ସିଂହଦ୍ୱାର ଠାରୁ ବିଦ୍ୟୁତ୍ ସବ୍‌ଷ୍ଟେସନ ବ୍ଲକିଂ ସ୍ଥାନ ପର୍ଯ୍ୟନ୍ତ ରାସ୍ତାଗୁଡିକ ପଥଚାରୀ ଜୋନ୍ ଭାବେ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here