ଭୟଙ୍କର ହେଉଛି କରୋନା । କାର ଉତ୍ପାଦନ ବନ୍ଦ କଲା ହୁଣ୍ଡାଇ ମୋଟର୍ସର୍ର୍ ।

0
208
Coronavirus.

ଚୀନରେ କରୋନା ଭାଇରସ ଭୟଙ୍କର ରୂପ ଧାରଣ କରୁଛି । ମଙ୍ଗଳବାର ଯାଏଁ ମୃତ୍ୟୁ ସଂଖ୍ୟା ୪୯୨ରେ ପହଁଚିଛି । ଏଥିରେ ଜଣେ ହଙ୍ଗକଙ୍ଗ ଓ ଅନ୍ୟ ଜଣେ ଫିଲିପାଇନ୍ସ ନାଗରିକ ମଧ୍ୟ ସାମିଲ ଅଛନ୍ତି । ଏବେ ପର୍ଯ୍ୟନ୍ତ ମୋଟ ୨୩ହଜାର ୬୮୦ଜଣ ଲୋକ ସଂକ୍ରମଣର ଶିକାର ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ତେବେ ହୁବେଇରେ କେବଳ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୪୭୯ରେ ପହଁଚିଲାଣି । ଏହି ରାଜ୍ୟରେ ୩୧୫୬ଜଣ ଲୋକଙ୍କୁ ନୂତନ ଭାବେ ଚିହ୍ନଟ କରାଯାଇଛି । କରୋନା ଭୟରେ ବ୍ରିଟିଶ ସରକାର ନିଜ ଦେଶର ଲୋକଙ୍କୁ ଚୀନରୁ ଫେରି ଆସିବା ପାଇଁ ପରାମର୍ଶ ଦେଇଛନ୍ତି । ଅଷ୍ଟ୍ରେଲିଆରେ ଏପର୍ଯ୍ୟନ୍ତ ୧୩ଜଣଙ୍କୁ କରୋନା ସଂକ୍ରମଣ ହୋଇଥିବା ବେଳେ ଜାପାନରେ ସଂକ୍ରମଣ ସଂଖ୍ୟା ୧୦ରେ ପହଁଚିଛି । ଦକ୍ଷିଣ କୋରିଆର କାର ଉତ୍ପାଦନକାରୀ କମ୍ପାନୀ ହୁଣ୍ଡାଈ ମୋଟର୍ସ ଏବେ କିଛି ଦିନ ପାଇଁ କାର ଉତ୍ପାଦନ ବନ୍ଦ ରଖିଛି । କାରଣ କାରର ସାମଗ୍ରୀ ଚୀନରୁ ଆସିଥାଏ । ବିଶ୍ୱର ୨୭ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here