ଆଜି ଠାରୁ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ-୨୦୨୦

0
82
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଆଜି ଠାରୁ ଆରମ୍ଭ ହେବ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ-୨୦୨୦ । କଟକ ଇଣ୍ଡୋର ଷ୍ଟାଡିୟମରେ ଏହା ଉଦ୍‌ଘାଟନ୍ ହେବାକୁ ଥିବା ବେଳେ ଏନେଇ ଚଳଚଂଚଳ ହୋଇଛି ଟ୍ୱିଇନ୍ ସିଟି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଧମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ପଟିଆସ୍ଥିତ ଏକ ବେସରକାରୀ ବିଶ୍ୱବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତା ହେବାକୁ ଥିବା ବେଳେ କଟକର ଇଣ୍ଡୋର ଷ୍ଟାଡିୟମରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ହେବ । ତେବେ ଗତକାଲିସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆର ଡାଇରେକ୍ଟର ଜେନେରାଲ ସନ୍ଦୀପ ପ୍ରଧାନ ଏବଂ ରାଜ୍ୟ କ୍ରୀଡା ସଚିବ ବିଶାଲ ଦେବ ସମସ୍ତ ସ୍ଥାନ ପରିଦର୍ଶନ କରି ଭିତିଭୂମି ତଦାରଖ କରିଛନ୍ତି । ଏହି କ୍ରୀଡା ମହାକୁମ୍ଭରେ ଦେଶର ୧୫୯ଟି ବିଶ୍ୱବିଦ୍ୟାଳୟର ୪ହଜାର ଆଥଲେଟ୍ ଭାଗ ନେଉଛନ୍ତି । ଏଥିରେ ୨ଜଣ ଓଡ଼ିଆ ଦୂତୀ ଚାନ୍ଦ ଓ ଋତୁପର୍ଣ୍ଣା ପଣ୍ଡା ମଧ୍ୟ ଅଂଶ ଗ୍ରହଣ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here