କରୋନା : ଚୀନରେ 361 ମୃତ, 18 ହଜାର ଆକ୍ରାନ୍ତ

0
75

କରୋନା ଭାଇରସ ଯୋଗୁ ଚୀନରେ ମୃତ୍ୟୁ ସଂଖ୍ୟା 361କୁ ବୃଦ୍ଧି ପାଇଛି। କେବଳ ଗତ 24ଘଣ୍ଟା ମଧ୍ୟରେ 57 ଜଣ ପ୍ରାଣ ହରାଇଛନ୍ତି। ଏହା ସହିତ 2829 ନୂଆ ଆକାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ସଂଖ୍ୟା ବଢ଼ି ପାଖାପାଖି18 ହଜାରରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 9 ହଜାର 250 ଜଣଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। 478 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଚୀନର ଜାତୀୟ ସ୍ବାସ୍ଥ୍ୟ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ଆୟୋଗ ସୂଚନା ଅନୁସାରେ, ରବିବାର ପ୍ରାଣ ହରାଇଥିବା 57ଜଣଙ୍କ ମଧ୍ୟରୁ 56 ଜଣ ହୁୱେଇ ପ୍ରଦେଶର ଏବଂ ଅନ୍ୟ ଜଣେ ଚୋଙ୍ଗକ୍ବିଙ୍ଗର। ଏହି ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ହୁୱେଇ ପ୍ରଦେଶର। ହୁୱେଇର ରାଜଧାନୀ ଉହାନରେ ଗତ ଡିସେମ୍ବରରେ କରୋନା ଭାଇରସ ବ୍ୟାପିବା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ସଂକ୍ରମଣ ସାରା ବିଶ୍ଵକୁ ବ୍ୟାପିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here