ଆଇବିଏମ ସିଇଓ ହେଲେ ଅରବିନ୍ଦ କ୍ରିଷ୍ଣା

0
264

ଭାରତୀୟ ବଂଶୋଦ୍ଭବ ଟେକ୍ନୋଲଜି ଏକଜ୍ୟୁକେଟିଭ ଅରବିନ୍ଦ କ୍ରିଷ୍ଣା ଆମେରିକାର ଆଇଟି ଜିଆଣ୍ଟ ଆଇବିଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ପାଇଛନ୍ତି। ସେ ଭିରଗିନିଆ ରୋମେଟ୍ଟୀଙ୍କ ଉତ୍ତରାଧିକାରୀ ଭାବେ ଦାୟତ୍ୱ ଗ୍ରହଣ କରିବେ। ଭିରଗିନିଆ ମଧ୍ୟ ଅରବିନ୍ଦଙ୍କୁ ଆଇବିଏମ ସିଇଓ ହେବାକୁ ଯୋଗ୍ୟ ପ୍ରାର୍ଥୀ ବୋଲି କହିଛନ୍ତି। ତାଙ୍କ ନେତୃତ୍ୱରେ କମ୍ପାନୀ ଆହୁରି ଆଗକୁ ଯିବ ଓ ଶିଖରରେ ପହଞ୍ଚିବ ବୋଲି ସେ ମତ ଦେଇଛନ୍ତି।ଆଇବିଏମର ବୋର୍ଡ ଅଫ ଡିରେକ୍ଟରସମାନେ ଅରବିନ୍ଦଙ୍କୁ କମ୍ପାନୀର ସିଇଓ ଭାବେ ନିଯୁକ୍ତି କରିବା ସହ ଏପ୍ରିଲ ୬ରୁ ସେ ବୋର୍ଡ ଅଫ ଡିରେକ୍ଟରସର ସଦସ୍ୟ ଭାବେ ଦାୟିତ୍ୱ ନେବେ। ବର୍ତ୍ତମାନ ଅରବିନ୍ଦ କମ୍ପାନୀର କ୍ଲାଉଡ ଓ କଗନିଟିଭ ସଫ୍ଟୱେରର ସିନିୟର ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ୫୭ ବର୍ଷୀୟ ଅରବିନ୍ଦ ୧୯୯୦ରେ ଆଇବିଏମରେ ଯୋଗଦେଇଥିଲେ। ସେ କାନପୁର ଆଇଆଇଟିରୁ ଅଣ୍ଡର ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିଲେ। ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ମଧ୍ୟ ଅରବିନ୍ଦ ପିଏଚଡି କରିଛନ୍ତି।

LEAVE A REPLY

Please enter your comment!
Please enter your name here