ହାପି ବାର୍ଥ ଡେ ‘ଟାଇଗର’

0
47
bbm
bbm

ଆଚିଭରର୍ସ ନ୍ୟୁଜ୍‌: ୩୦ବର୍ଷରେ ପାଦ ଥାପିଛନ୍ତି ବଲିଉଡର ଆକ୍ସନ ହିରୋ ଟାଇଗର୍ ଶ୍ରଫ୍ । ପ୍ରଖ୍ୟାତ ଅଭିନେତା ଜ୍ୟାକି ଶ୍ରଫ୍ ଓ ସୁପର ମଡେଲ ଥିବା ଆୟେଶାଙ୍କ କୋଳକୁ ୧୯୯୦ ମସିହା ମାର୍ଚ୍ଚ ୨ତାରିଖରେ ଆସିଥିଲେ ଟାଇଗର । ଟାଇଗର ପିଲାବେଳୁ ଆକ୍ସନ ପ୍ରତି ରୁଚି ଥିଲା ଏବଂ ଶିଖିଥିଲେ ମଧ୍ୟ ହେଲେ ବଡ ହେବା ପରେ ଡ୍ୟାନ୍ସ ଶିଖିଥିବା ଜଣାପଡିଛି । ପ୍ରସିଦ୍ଧ ନୃତ୍ୟୁ ଗୁରୁ ତଥା ନୃତ୍ୟ ନିର୍ଦ୍ଦେଶକ ଗଣେଶ ଆଚାର୍ଯ୍ୟଙ୍କୁ ନିଜର ଗୁରୁବୋଲି ଟାଇଗର ମାନନ୍ତି । ଏବେ ଟାଇଗରଙ୍କର ସବୁ ଡ୍ୟାନ୍ସ ନମ୍ବର ହିଟ୍ ହୋଇଛି । ଟାଇଗର କହିଛନ୍ତି କି ଟାଇଗରଙ୍କର ସବୁ ଡ୍ୟାନ୍ସ ନମ୍ବର ଗୁଡିକୁ ଗଣେଶ ହିଁ କରିଓଗ୍ରାଫି କରିଛନ୍ତି, ଆଉ ତାଙ୍କ ଗୁରୁ ଯେମିତି ଡ୍ୟାନ୍ସ ଷ୍ଟେପ୍ ଶିଖାନ୍ତି ସେ ସବୁକୁ ଆଖି ବୁଜି ପାଳନ କରଥାଆନ୍ତି । ତାଙ୍କର ନୃତ୍ୟସଫଳତାର ଶ୍ରେୟ ସେ ଗଣେଶ ଆଚାର୍ଯ୍ୟକୁ ଦେଇଥାଆନ୍ତି । ସେହିପରି ଟାଇଗର ଶ୍ରଫ୍ ସୁପରଷ୍ଟାର ହ୍ରିତ୍ୱିକ୍ ରୋଶନଙ୍କୁ ମଧ୍ୟ ଗୁରୁ ମାନନ୍ତି । ଟାଇଗରଙ୍କ ବାଗୀ-୩ ଏଇ ସପ୍ତାହରେ ରିଲିଜ୍ ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here