ଆପଣ ଫେସବୁକ୍ ୟୁଜ୍ କରୁଛନ୍ତି କି?ତାହାଲେ ଆପଣଙ୍କ ପାଇଁ ଅଛି କିଛି ଖୁସି ଖବର…

0
140
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଫେସବୁକ୍ ୟୁଜରଙ୍କ ପାଇଁ ଖୁସି ଖବର । ଏବେ ଭଏସ୍ ରେକର୍ଡିଂ କଲେ ମିଳିବ ଟଙ୍କା । କମ୍ପାନୀ ଭଏସ୍ ରେକଗ୍ନିଶନ୍ ଟେକ୍ନୋଲୋଜି କୁ ଉନ୍ନତ କରିବା ପାଇଁ ଏଭଳି କରିଥିବା କରିଥିବା ଜଣାପଡିଛି ।ଡାଟା ପ୍ରାଇଭେସିକୁ ନେଇ ଫେସବୁକ୍ ର କାରନାମା ବିଷୟରେ କାହାକୁ ଅଛପା ନାହିଁ । ଆମାଜ୍ ଗୁଗୁଲ, ଆପଲ୍ ଏବଂ ମାଇକ୍ରୋସଫ୍ଟ ମଧ୍ୟ ସ୍ପିଚ୍ ରେକଗ୍ନିଶନ୍ ନାଁରେ ଲୋକଙ୍କ ଭଏସ୍ ରେକର୍ଡିଂ ଶୁଣିଛି । ଏମାନେ ଏସବୁ କରୁଥିବାବେଳେ ଧରା ପଡିଛନ୍ତି । ପରେ ସେମାନେ ସଫେଇ ଦେଇଛନ୍ତି ଯେ ଏପରି ସେମାନେ ଭଏସ୍ ରେକଗ୍ନିସନକୁ ଉନ୍ନତ ଏବଂ ସଠିକ୍ କରିବା ପାଇଁ କରୁଛନ୍ତି । ଫେସବୁକ୍ ପ୍ରୋନନସିଏସନ୍ ନାମକ ଏକ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି । ଏହି ଅପସନ୍ ଫେସବୁକର ଭିଉପଏଂଟ ମାର୍କେଟ ରିସର୍ଚ୍ଚ ଆପରେ ହେବ । ଫେସବୁକ୍ ମୁତାବକ୍ ଯଦି ଆପଣ ଏହି ପ୍ରୋଗ୍ରାମ ପାଇଁ କ୍ଲାଲିଫାଇ୍ କରୁଛନ୍ତି ତେବେ ଆପଣ ନିଜ ଭଏସ୍ ରେକର୍ଡ କରି ପାରନ୍ତି । ଏମିତିକି ଫେସବୁକ୍ କହିଛି ଯେ ଭଏସ୍ ରେକର୍ଡ କରିବା ପାଇଁ ପୋଟାର୍ଲ ପରେ ନିଜ ଫେସବୁକ୍ ଫେଣ୍ଡଲିଷ୍ଟର ଫ୍ରଂଟର ପ୍ରଥମ ନାଁ କହିବାକୁ ପଡିବ । ଆପଣ ୧୦ଜଣ ସାଙ୍ଗଙ୍କ ନାଁ ନେଇ ପାରିବେ ଏବଂ ପ୍ରତି ଷ୍ଟେଟମେଂଟକୁ ଦୁଇଥର ରେକର୍ଡ କରିବାକୁ ପଡିବ । ଗୋଟିଏ ସେଟ୍ ରେକଡିଙ୍ଗ୍ ପୂରା କରିବା ପରେ ଆପଣଙ୍କୁ ଭିଉପଏଂଟ ମାର୍କେଟ ରିସର୍ଚ୍ଚ ଆପରେ ୨୦୦ପଏଂଟସ୍ ମିଳିବ । ଯେବେ ଯାଏଁ ଆପଣ ଟଙ୍କା ମିଳିବ ନାହିଁ । ଟ୍ରାଞ୍ଜକ୍ସନ ପେ ପଲ୍ ଜରିଆରେ କରାଯିବ ଏବଂ ରିୱାର୍ଡ ହିସାବରେ ଏହି ପ୍ରୋଗ୍ରାମରେ ଅଂଶ ଗ୍ରହଣ କରୁଥିବା ୟୁଜର୍ସଙ୍କୁ ୫ଡଲାର ମିଳିବ । ତେବେ ଏହା କେବେ ଲାଗୁ କରାଯିବ ଏସର୍ମ୍ପକରେ କୌଣସୀ ସୂଚନା ମିଳି ନାହିଁ ।

LEAVE A REPLY

Please enter your comment!
Please enter your name here