ଏଣିକି ମାସ୍କ ପିନ୍ଧିଲେ ମଧ୍ୟ କରିହେବ ଫୋନ୍ ଅନଲକ୍‌…

0
81
bbm
bbm

ଆଚିଭରର୍ସ ନ୍ୟୁଜ: ସାରା ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ । କରୋନାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗକୁ କରୋନାକୁ ରୋକିବା ଏକ ବଡ ଚ୍ୟାଲେଞ୍ଜରେ ପରିଣତ ହୋଇଛି । ତେବେ କେବଳ ଏଥିରୁ ମୁକ୍ତି ପାଇବା ପାଇଁ ଫେଶ୍ ମାସ୍କ କେତେକାଂଶରେ ଆପଣଙ୍କୁ ସାହାଯ୍ୟ କରିବ । ହେଲେ ଏହି ମାସ୍କ ଯୋଗୁଁ କେତେକ ଅସୁବିଧା ମଧ୍ୟ ହୋଇପାରେ । ଯେମିତିକି ଫୋନରେ ଲକ୍ ଖୋଲିବ । ପ୍ରକୃତ ମୁହଁ ନଦେଖାହେଲେ ଫୋନ୍ ଅନଲକ୍ ହୋଇପାରିବନି । ହେଲେ ଏବେ ଏସମସ୍ୟାରୁ ମଧ୍ୟ ସମାଧାନ ମିଳିପାରିବ । ଏକ କମ୍ପାନୀ ନୂଆ ମାସ୍କ ତିଆରି କରିଛି । ଯେଉଁଥିରେ କି ଫୋନ୍ ଅନଲକ୍ ସହ କୋରାନା ଭାଇରସ୍‌ରୁ ମଧ୍ୟ ମୁକ୍ତି ମିଳି ପାରିବ । ଏହି ପ୍ରିଟେଂଡ୍ ମାସ୍କ ପିନ୍ଧି ଲୋକମାନେ ସହଜରେ ଫୋନ୍ ଅନଲକ୍ କରିପାରିବେ । ତେବେ ଆଇଫୋନ୍ କିମ୍ପା ଆଇପ୍ୟାଡରେ ୩ଡି ଫେସ୍ ଅନଲକ୍ ସିଷ୍ଟମ୍ ଥିବାରୁ ଏହି ମାସ୍କ ସେଥିରେ କାମ କରିବନି ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here