ଏକ ଫୁଲ୍ ଓର ଦୋ ଦୋ ମାଲି…

0
42
bbm
bbm

ଆଚିଭରର୍ସ ନ୍ୟୁଜ୍ : ଏବେ ଚାଲିଛି ବିବାହ ଋତୁ । ଚାରିଆଡେ ଦେଖୁଥିବେ ସୁସଜ୍ଜିତ ମଣ୍ଡପ ଏବଂ ଆଭୂଷଣରେ ସଜେଇ ହୋଇଥିବା ବର ଓ କନ୍ୟା । ଆପଣମାନେ ଆହରି ମଧ୍ୟ ଶୁଣିଥିବେ କି ପତ୍ନୀକୁ ଡିଭୋର୍ସ ଦେଲା ପରେ କିମ୍ବା ପତ୍ନୀର ବିୟୋଗ ପରେ କେହି କେହି ଦ୍ୱିତୀୟ ବିବାହ କରିଥାଆନ୍ତି । ହେଲେ ଏଠି କିନ୍ତୁ କଥାଟା ଟିକେ ଅଲଗା । ତାହାଲେ ଚାଲନ୍ତୁ ଜାଣିବା ପ୍ରକୃତ କଥାଟି କଣ?
ଜଣେ ଯୁବକ ବର୍ତମାନର ପ୍ରେମିକାକୁ ବିବାହ କରିବାକୁ ମନ୍ଦିରରେ ପହଁଚିଲା ହେଲେ ବିଶେଷ ସୂତ୍ରରୁ ଖବର ପାଇଁ ପୂର୍ବତନ ପ୍ରେମିକା ବି ସେଠି ହାଜର । ତାପରେ ହଙ୍ଗାମା ଆଉ ଶେଷରେ ଦୁହିଁଙ୍କ ମୁଣ୍ଡରେ ଜଣଙ୍କର ସିନ୍ଦୁର । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସତକଥାଟି ହେଲା ଉତରପ୍ରଦେଶ ପ୍ରୟାଗରାଜ ଅଂଚଳରେ ଜଣେ ଯୁବକ ଜଣେ ଯୁବତୀକୁ ଭଲ ପାଉଥିଲା । ଶୀଘ୍ର ବିବାହ କର ନହେଲେ ମୁଁ ବିଷ ପିଇ ଆତ୍ମହତ୍ୟା କରିବି ବୋଲି ପ୍ରେମିକା ଯବୁକଙ୍କୁ ଚେତାବନୀ ଦେଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣକ ଯୁବତୀକୁ ଚାପୁଡାଟିଏ ମାରିଥିଲା । ସେଠାରୁ ଯୁବତୀ ଜଣକ ଯୁବକଙ୍କ ନାଁରେ ନିକଟସ୍ଥ ଥାନାରେ ଏତଲା ଦେଇଥିଲା । ପୋଲିସ୍ ମଧ୍ୟ ଗିରଫ କରି ପରେ ଆପୋଷ ବୁଝାମଣା ପରେ ଛାଡି ଦେଇଥିଲା । ପରବର୍ତୀ ସମୟରେ ଯୁବକ ଜଣକ ନିଜ ଘର ପାଖରେ ରହୁଥିବା ଆଉଜଣେ ଯୁବତୀକୁ ଭଲପାଇଥିଲା । ପୂର୍ବତନ ପ୍ରେମିକା କେମିତି ଜାଣିବା ପରେ ପ୍ରେମିକର ଘର ପାଖରେ ଆସି ପାଟିତୁଣ୍ଡ କରିଥିଲା ଏବଂ ବିବାହ କରିବାକୁ କହିଥିଲା । ସେପଟେ ଯୁବକ ଏବଂ ବର୍ତମାନର ପ୍ରେମିକା ଲଚି ଛପି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ମନ୍ଦିରରେ ବିବାହ କରିବାକୁ ପହଁଚିଯାଇଥିଲେ । ଏଠାରେ ମଧ୍ୟ ପୂର୍ବତନ ପ୍ରେମିକା ଘଟଣାସ୍ଥଳରେ ପହଁଚିଯାଇଥିଲେ ଆଉ ତାପରେ ଆରମ୍ଭ ହୋଇଥିଲା ଅସଲ ଡ୍ରାମା । ପାଟିଗୋଳ, ଦୋଷ ଆରୋପ ପ୍ରତ୍ୟାରେପ ଆରମ୍ଭ ହେଲା ପରେ ସ୍ଥାନୀୟ ଭଦ୍ରଲୋକ ଘଟଣାର ସମାଧାନ କରିଥିଲେ । ଶେଷରେ ଯୁବକ ଜଣକ ଦୁଇ ଜଣ ଯୁବତୀଙ୍କୁ ମନ୍ଦିରରେ ବିବାହ କରିଥିଲେ । ସେଠାରେ ଉପସ୍ଥିତ ଥିବା କେହି ଜଣେ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ତାପରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here