କୁକୁର ପୁଣି ପୋଲିସ୍ ଷ୍ଟେସନରେ, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

0
74
bbm
bbm

ଆଚିଭରର୍ସ ନ୍ୟୁଜ୍‌: କୁକୁର ପୁଣି ପୋଲିସ୍ ଷ୍ଟେସନରେ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା । ଆଗରୁ ଆପଣମାନେ ଶୁଣିଥିବେ କି ପୋଲିସ୍ ଷ୍ଟେସନକୁ କେବଳ କାହାରି କିଛି ଅସୁବିଧା ହୋଇଥିଲେ କାହାକୁ ଆପଣ ପୋଲିସ୍ ଷ୍ଟେସନ୍‌ରେ ଦେଖିଥିବେ ଅବା ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ୍ ସନ୍ଧାନୀ କୁକୁରର ଆବଶ୍ୟକତା ପଡେ । ହେଲେ ଏଠାରେ କିନ୍ତୁ କଥା ଟା ଟିକେ ଭିନ୍ନ । ଏମିତି କିଛି ଘଟଣା ଘଟିଛି ତାହା ଆପଣ ଶୁଣିଲେ ସହଜରେ ବିଶ୍ୱାସ କରିପାରିବେନି । ନିଜର ନିଖୋଜ ରିପୋର୍ଟ ଲେଖାଇବା ପାଇଁ ପୋଲିସ୍ ଷ୍ଟେସନରେ ପହଁଚିଲା କୁକୁର । ସୂଚନାନୂସାରେ ଟେକସା ରିପୋର୍ଟ ଅନୂସାରେ ଚିକୁ ନାମକ ଏକ କୁକୁର ହଜି ଯାଇଥିଲା । ସେ ଭୂଲରେ ନିଜ ଘର ଠାରୁ କୌଣସୀ କାରଣ ବଶତଃ ଦୂରକୁ ଚାଲି ଆସିଥିଲା । ଘରକୁ ପୁଣି ଫେରିବାକୁ କୌଣସୀ ଉପାୟ ନପାଇଲା ପରେ ସିଧା ଯାଇ ପହଁଚିଲା ଟେକସାସ୍‌ର ଓଡେସା ପୋଲିସ୍ ଡିପାର୍ଟମେଂଟରେ । ସେଠାରେ ପହଂଁଚି ଦୁଇ ଗୋଡକୁ ଉପରକୁ ଉଠାଇ ବସିଲା ପରେ ସେଠାରେ ଥିବା ସନ୍ଧାନୀ କୁକୁର ସବୁ ବୁଝିବା ପରେ ସେଠାରେ ଉପସ୍ଥ୍‌ିତ ଥିବା ପୋଲିସ୍ ଅଫିସରମାନେ ତାକୁ ଖାଇବାକୁ ଦେବା ସହ ଇନସପେକ୍ସନ କରି ତାର ମାଲିକ ପାଖରେ ପହଁଚାଇଥିଲେ । ତେବେ କୁକୁରର ଏମିତି ବୁଦ୍ଧି ଦେଖି ସମସ୍ତେ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here