୫ ହଜାର ଟପିଲା ଆରୋଗ୍ୟଙ୍କ ସଂଖ୍ୟା

0
63

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୧/୦୭ (ବ୍ୟୁରୋ)- ସୁସ୍ଥ ହେଲେ ୨୪୩ ‘କରୋନା’ ଆକ୍ରାନ୍ତ। ଆଜି ରାଜ୍ୟରେ ୨୪୩ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ମୋଟ୍‌ ୫୧୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

କେଉଁ ଜିଲ୍ଲାରୁ କେତେ:- ଆଜି ଗଜପତି ଜିଲ୍ଲାରୁ ସର୍ବାଧିକ ୫୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୪୧, ଖୋର୍ଦ୍ଧାରୁ ୩୮, କନ୍ଧମାଳରୁ ୧୭, ଝାରସୁଗୁଡ଼ାରୁ ୧୫, ସୁନ୍ଦରଗଡ଼ରୁ ୧୦, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଲେଖାଏଁ ଅଛନ୍ତି। କୋରାପୁଟରୁ ୭, ଜଗତସିଂହପୁରରୁ ୫, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରୁ ୬ ଜଣ ଲେଖାଏଁ, କଟକ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ବାଲେଶ୍ୱରରୁ ୨, କଳାହାଣ୍ଡିରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ବି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଡବଲ ସେଞ୍ଚୁରି ହୋଇଛି। ଆଜି ରାଜ୍ୟରେ ଆଜି ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୦୬ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୯୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ ୧୪ ରହିଛନ୍ତି। ‌୨୦୬ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬ ଚିହ୍ନଟ ହୋଇଛନ୍ତି।

ତେବେ ଏଯାବତ୍ ରାଜ୍ୟରେ ୭୦୬୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିରୁ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଏବେବି ୧୮୪୪ ଆକ୍ଟିଭ କେଶ ରହିଛି। ଏମାନେ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here