୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା l

0
42

ଆଚିଭର୍ସ ନ୍ୟୁଜ୍‌, ୩୦/୦୭ (ବ୍ୟୁରୋ):- ଓଡ଼ିଶାରେ କରୋନାରେ ପ୍ରାଣ ହରାଇଥିବା ୨ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଏନେଇ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଟୁଇଟ୍ କରି ସୂଚନା ଦେଇଛନ୍ତି। ଉଭୟଙ୍କ ପରିବାରକୁ ସହାୟତା ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛନ୍ତି |

ଏହି ଦୁଇ ସାମ୍ବାଦିକ ଗଞ୍ଜାମର ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତିର କେ.ସିଏଚ୍. ରତ୍ନମ । ପ୍ରିୟଦର୍ଶୀ ପଟ୍ଟନାୟକ ଦୈନିକ ‘ସମାଜ’ର ପ୍ରତିନିଧି ଥିବା ବେଳେ କେ.ସିଏଚ୍. ରତ୍ନମ ନ୍ୟୁଜ୍ ଟୁଡେର ସାମ୍ବାଦିକ ଥିଲେ। ଉଭୟଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here