୨୪ ଘଣ୍ଟାରେ ୪୪୨ ମୃତ

0
59

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୪/୦୭ (ବ୍ୟୁରୋ)- ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୪୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥହି ସହିତ  କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮ ହଜାର ୬୫୫କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୨୨,୭୭୧ ଆକ୍ରାନ୍ତ ହୋଇଛନ୍ତି।

ଆଜିର ସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୮ ହଜାର ୩୧୫କୁ ବୃଦ୍ଧି ପାଇଛି। ସେଥି ମଧ୍ୟରୁ ମୋଟ  ଆକ୍ଟିଭ୍ କେସ୍ ୨,୩୫,୪୩୩ ଥିବାବେଳେ  ୩,୯୪,୨୨୬ ଜଣ ସୁସ୍ଥ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ପଜିଟିଭ ରେଟ ବୃଦ୍ଧି ପାଇଁ ୯.୩୯ରେ ପହଞ୍ଚିଲାଣି। ସୂଚନାଥାଉ କି, ଗତକାଲି ପଜିଟିଭ ରେଟ ୯ ପ୍ରତିଶତ ତଳେ ଥିଲା।

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, କରୋନା କେସରେ ସବୁଠାରୁ ଆଗରେ ଅଛି ମହାରାଷ୍ଟ୍ର। ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୬୪ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ତାମିଲନାଡୁ ୪୩୨୯, ଦିଲ୍ଲୀରେ ୨୫୨୦, ତେଲେଙ୍ଗାନାରେ ୧୮୯୨ ଏବଂ କର୍ଣ୍ଣାଟକରେ ୧୬୯୪ ନୂଆ ମାମଲା ସାମ୍ନାକୁ ଆସିଛି।

LEAVE A REPLY

Please enter your comment!
Please enter your name here