୨୦୨୪ ସୁଦ୍ଧା ଘରେ ଘରେ ପିଇବା ପାଣି: ଶାହା

0
239
gs
sgws

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ବିଭିନ୍ନ କାର୍ଯ୍ୟରେ ଯୋଗ ଦେବା ସହ ସିଏଏ ସମର୍ଥନରେ ଭୁବନେଶ୍ୱର ଜନତା ମଇଦାନ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇଛନ୍ତି । ଶାହାଙ୍କ କହିଛନ୍ତି କି, ଗୁଜୁରାଟ ପରି ଓଡ଼ିଶାର ବିକାଶ କରିବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ରସରକାର । ପ୍ରତି ଜିଲ୍ଲା ଓ ପ୍ରତି ଘରର ବିକାଶ କରିବା ଲକ୍ଷ୍ୟରେ ମୋଦି ସରକାର । ୨୦୨୪ ପୂର୍ବରୁ ପ୍ରତି ଘରକୁ ସ୍ଵଚ୍ଛ ପିଇବା ପାଣି ନଳ ଜରିଆରେ ପହଁଚାଇବାକୁ ପ୍ରୟାସ କରୁଛୁ। ଏହାର ସବୁଠୁ ଅଧିକ ଲାଭ ଓଡ଼ିଶାବାସୀ ଉଠାଇବେ କାରଣ ଆଜି ବି ଏଠାରେ ୩୦ ପ୍ରତିଶତରୁ ଅଧିକ ଲୋକଙ୍କ ନିକଟରେ ପିଇବାକୁ ଶୁଦ୍ଧ ପିଇବା ପାଣି ନାହିଁ।

LEAVE A REPLY

Please enter your comment!
Please enter your name here