୧୬ ପରେ ତାତିରୁ ନିସ୍ତାର ନାହିଁ

0
85
nhy
bhtf

ଭୁବନେଶ୍ୱର : ୧୬ ତାରିଖ ପରେ ରାଜ୍ୟର ତାପମାତ୍ରାରେ ବଡ ପରିବର୍ତ୍ତନ ଆସିବ । ଯାହାଦ୍ୱାରା  ପାରଦ ବଢ଼ିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ୨ସପ୍ତାହ ଯାଏଁ ଅସହ୍ୟ ଗୁଳୁଗୁଳି ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଏପରି ପୂର୍ବାନୁମାନ କରିଛନ୍ତି । କିନ୍ତୁ ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ  ଜାରୀ ରହିବ ବୋଲି ଆଞ୍ଚଳିକ  ପାଣିପାଗ ବିଭାଗରୁ ସୂଚନା ମିଳିଛି ।  ତେଣୁ ସର୍ବାଧିକ ତାପମାତ୍ରା କମ୍‌ ବେଶି ରହିପାରେ । ୧୬ ତାରିଖଠାରୁ ପବନର ଦିଗ ପରିବର୍ତ୍ତନ ହେବ। ରାଜ୍ୟକୁ ପଶ୍ଚିମା ଗରମ ପବନ ବହିବ। କାଳବୈଶାଖୀ ବର୍ଷା ସମ୍ଭାବନା କମିଯିବ। ପାଗ ଶୁଖିଲା ଓ ଖରାଟିଆ ରହିବ। ତାପମାତ୍ରା ମଧ୍ୟ ବଢ଼ିବ।

LEAVE A REPLY

Please enter your comment!
Please enter your name here