୧୩%କୁ ଖସିବ ଓଡ଼ିଶା ଅର୍ଥନୀତି

0
42

ଭୁୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୧୯/୦୬ (ବ୍ୟୁରୋ)- ଚଳିତ ଆର୍ଥିକ ବର୍ଷ ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ପ୍ରାୟ ୧୩% ଖସିଯିବ । କରୋନାଭୂତାଣୁ ଜନିତ ଲକ୍‌ଡାଉନ୍ କାରଣରୁ ରାଜ୍ୟ ଅର୍ଥନୀତିରେ ଏଭଳି ହ୍ରାସ ଦେଖିବାକୁ ମିଳିବ । ଓଡ଼ିଶା ଇକୋନୋମିକ୍ସ ଆସୋସିଏସନ୍ (ଓଇଏ) ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି । ୨୦୨୦-୨୧ ଆର୍ଥିକ ବର୍ଷ ୧,୫୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ବଜେଟ୍ କରିଛନ୍ତି । ବଜେଟ୍ ଅନୁସାରେ ପାଣ୍ଠି ବିନିଯୋଗ ପାଇଁ ସରକାରଙ୍କୁ ୩୫,୭୬୩ କୋଟି ଟଙ୍କା ଋଣ କରିବାକୁ ହେବ, ଯାହାକି ଜିଏସ୍‌ଡିପିର ୬.୩% ହେବ ।
ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ, ୫ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଛନ୍ତି । କିନ୍ତୁ ରିପୋର୍ଟ କହୁଛି, ଏହି ସଂଖ୍ୟା ଢ଼େର୍ ଅଧିକ । ଓଇଏ ଆକଳନ ଅନୁଯାୟୀ ୨ମାସ ମଧ୍ୟରେ ରାଜ୍ୟକୁ ୨୦ଲକ୍ଷ ୨୦ଲକ୍ଷ ପ୍ରବାସୀଶ୍ରମିକ ଫେରିବେ । ଫଳରେ ପ୍ରବାସୀଙ୍କ ଜରିଆରେ ରାଜ୍ୟର ନାଗରିକମାନେ ପାଉଥିବା ୨୪,୦୦୦ କୋଟି ଟଙ୍କାର ରାଜସ୍ୱ ହରାଇବେ । ଏହା ମୋଟ ରାଜ୍ୟ ଜିଏସ୍‌ଡ଼ିପିର ୪.୨% ହେବ । ଏନେଇ ଓଇଏ ସମ୍ପାଦକ ଡ. ଅମରେନ୍ଦ୍ର ଦାସ କହିଛନ୍ତି, ବର୍ତ୍ତମାନର ସ୍ଥିତିରେ କେବଳ କୃଷି ହିଁ ଅର୍ଥନୀତିକୁ ନିମ୍ନଗାମୀ ହେବାରୁ ରକ୍ଷା କରିପାରିବ ।

LEAVE A REPLY

Please enter your comment!
Please enter your name here