ତୈଳ ଦରରେ ବୃଦ୍ଧି ଧାରା ଜାରି ରହିଛି । ଆଜି ପେଟ୍ରୋଲ ୫୩ ପଇସା ଏବଂ ଡିଜେଲ ୬୪ ପଇସା ମହଙ୍ଗା ହୋଇଛି । ୧୨ ଦିନରେ ଲିଟର ପିଛା ପେଟ୍ରୋଲ ୬.୫୫ ଟଙ୍କା ଏବଂ ଡିଜେଲ ୭.୧୩ ଟଙ୍କା ମହଙ୍ଗା ହୋଇଛି । ଦିଲ୍ଲୀରେ ପେଟ୍ରୋଲ ୭୭.୮୧ ଟଙ୍କା, ମୁମ୍ବାଇରେ ୮୪.୬୬ ଟଙ୍କା, କୋଲକାତାରେ ୭୯.୫୯ ଟଙ୍କା ଏବଂ ଚେନ୍ନାଇରେ ୮୧.୪୦ ଟଙ୍କାରେ ପହଞ୍ଚିବା ଭାରତୀୟ ତୈଳ ନିଗମ (ଆଇଓସି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାଯାଇଛି । ସଂଶୋଧିତ ଦର ଲାଗୁ ହେବାପରେ ଲିଟର ପିଛା ଦିଲ୍ଲୀରେ ଡିଜେଲ ଦର ୭୬.୪୩ ଟଙ୍କା, ମୁମ୍ବାଇରେ ୭୪.୯୩ ଟଙ୍କା, କୋଲକାତାରେ ୭୧.୯୬ ଟଙ୍କା ଏବଂ ଚେନ୍ନାଇରେ ୭୪.୩୧ ଟଙ୍କାକୁ ବୃଦ୍ଧି ପାଇଛି । ସୁଚନାଯୋଗ୍ୟ, ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୪୦ ଡଲାର ରହିଛି ।
Latest article
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ କଟକରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ କଟକ ଖାନନଗର ଠାରେ ନେତାଜୀଙ୍କ ନାମରେ ନାମିତ ନେତାଜୀ ବସ...
ଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ କରୋନା ଟିକା ରପ୍ତାନୀ କଲା ଭାରତ
ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ । ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ବ୍ୟବସାୟିକ ଭିତ୍ତିରେ କରୋନା ଟିକା ପଠାଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ...
ରାଜଧାନୀରେ ଆନ୍ଦୋଳନ କରୁଥିବା ଏଏନଏମ କର୍ମୀମାନଙ୍କୁ ଧାରଣାସ୍ଥଳରୁ ଉଠାଇନେଲା ପୁଲିସ୍
ସ୍ଥାୟୀ ନିଯୁକ୍ତି ଦାବି କରି ନଭେମ୍ବର ୨୮ ତାରିଖରୁ ଦିନରାତି ଆନ୍ଦୋଳନ କରି ଆସୁଥିବା ଏଏନଏମ କର୍ମୀମାନଙ୍କୁ ଆଜି ଭୁବନେଶ୍ୱର ଗାନ୍ଧିମାର୍ଗରୁ ପୁଲିସ୍ ଉଠାଇନେଇଥିବାର ଖବର ମିଳିଛି। ଆଜି ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ...