‘ସବୁ ଜିଲ୍ଲାରେ ହେବ କରୋନା ହସ୍ପିଟାଲ’

0
92
vtf
vftr

ଭୁବନେଶ୍ୱର : ରାଜ୍ୟର ସବୁ ଜିଲ୍ଲାରେ ହେବ କରୋନା ହସ୍ପିଟାଲ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଘରୋଇ ହସ୍ପିଟାଲର ସହଯୋଗରେ ଯୁଦ୍ଧକାଳୀନ ଭିତ୍ତିରେ ହସ୍ପିଟାଲ ସ୍ଥାପନ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ତେବେ ଓଡ଼ିଶାର ଅନ୍ୟ ଜିଲ୍ଲା ବ୍ୟତୀତ ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ କୋଭିଡ-19 ହସ୍ପିଟାଲ ବ୍ୟବସ୍ଥା କରାଯିବ।

ଏନେଇ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ, ପ୍ରତ୍ୟେକ ଗୁରୁବାର ଦିନ 11ଟା 30 ସମୟରେ ସମସ୍ତ ବିଷୟ ତଦାରଖ କରିବାକୁ ଉଚ୍ଚ କ୍ଷମତାସମ୍ପୂର୍ଣ୍ଣ ମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ କାର୍ଯ୍ୟକ୍ରମର ଆଲୋଚନା କରିବା ପ୍ରକ୍ରିୟା ଜାରି ରହିଛି। ଗତକାଲି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହିତ ଅପରାହ୍ଣ 3ଟାରେ ଟେଲିଫୋନରେ ବାର୍ତ୍ତାଳାପ ସମୟରେ ପିପିଇ ଏବଂ ମାସ୍କ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଶୀଘ୍ର ଯୋଗାଇ ଦେବା ପାଇଁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here