ଲାଇସେନ୍ସ ପାଇଁ ଜୁନ୍ ୧୮ରୁ ସ୍ଲାଟ୍ ବୁକିଂ

0
97

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୧୧/୦୬ (ବ୍ୟୁରୋ)- କୋଭିଡ୍ ୧୯ ପାଇଁ ଲକ୍‌ଡାଉନ୍ ଆରମ୍ଭ ହେବା ପରଠାରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକ ଏକ ପ୍ରକାର ଜନସାଧାରଣଙ୍କ ପାଇଁ ବନ୍ଦ ରହିଥିଲା । ଅନ୍‌ଲକ୍‌-୧.୦ ଘୋଷଣା ହେବା ପରେ ଏବେ ପୁଣି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକ ଚଳଚଞ୍ଚଳ ହେବାକୁ ଯାଉଛି । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବଭଳି ପରିବହନ କାର୍ଯ୍ୟାଳୟଗୁଡ଼ିକରେ ସେଭଳି ଗହଳି ଚହଳି ଦେଖାଯିବ ନାହିଁ । ଯେଉଁମାନେ ଲାଇସେନ୍ସ ପାଇଁ ତାରିଖ ଓ ସମୟ ପାଇବେ ସେମାନେ କେବଳ ପରିବହନ କାର୍ଯ୍ୟାଳୟକୁ ଯିବେ । ମାର୍ଚ୍ଚ ୧୮ରୁ ଲକ୍‌ଡାଉନ୍ ଆରମ୍ଭ ହେବା ପୂର୍ବରୁ ଯେଉଁମାନେ ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରି ପରୀକ୍ଷା ଦେବାକୁ ସମୟ ପାଇଥିଲେ, ସେମାନଙ୍କୁ ପୁନର୍ବାର ସମୟ ମିଳିବ । ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କୁ ଜୁନ୍ ୧୮ରୁ ପୁନର୍ବାର ସ୍ଲଟ୍ ପାଇବା ଲାଗି ଆବେଦନ କରିବାକୁ ଅନ୍‌ଲାଇନ୍‌ରେ ସୁଯୋଗ ପାଇବେ । ଏଥିପାଇଁ ନିର୍ଧାରିତ ସମୟରେ ପରିବହନ କାର୍ଯ୍ୟାଳୟର ବାହାନ ୱେବ୍‌ସାଇଟ୍ ଖୋଲା ରହିବ । ସେହିପରି ଜୁନ୍ ୨୯ରୁ ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀଙ୍କୁ ପରୀକ୍ଷା ଦେବା ପାଇଁ ସ୍ଲଟ୍ ପାଇବା ଲାଗି ଅନ୍‌ଲାଇନ୍‌ରେ ଆବେଦନ ଲାଗି ସୁଯୋଗ ମିଳିବ ବୋଲି ପରିବହନ କମିସନର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଯେଉଁମାନଙ୍କର ଲାଇସେନ୍ସ ଅବଧିଶେଷ ହୋଇଯାଇଛି ସେମାନେ ସେପ୍ଟମ୍ବର ୩୦ପରେ ନବୀକରଣ କରିପାରିବେ ।

LEAVE A REPLY

Please enter your comment!
Please enter your name here