ଲକଡାଉନ ନିୟମ ଉଲ୍ଲଙ୍ଘନ କରି 42 ଗିରଫ

0
276
ff
gf

ବ୍ରହ୍ମପୁର : ଲକଡାଉନ ନିୟମ ଉଲ୍ଲଙ୍ଘନ କରି 42 ଗିରଫ। ବିଭିନ୍ନ ଥାନା ଅଞ୍ଚଳରୁ 42 ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ। ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବାରୁ କେଶ ଘୋସାଣୀ ନୂଆଗାଁ ପୋଲିସ ପକ୍ଷରୁ 30 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବଡ଼ ବଜାର ଥାନା ପକ୍ଷରୁ 8 ଜଣ ଏବଂ ଟାଉନ ଥାନା ଅଞ୍ଚଳରୁ 4 ଜଣ ଙ୍କୁ ଗିରଫ କରାଯାଇଛି। ଲୋକମାନଙ୍କୁ ଅନାବଶ୍ୟକ ଭାବେ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଦୋକାନ, ବଜାର ସବୁ ବନ୍ଦ ରଖିବାକୁ କୁହାଯାଇଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଲକଡାଉନ ଘୋଷଣା କରାଯାଇଛି। ତେବେ ଗତକାଲି ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବାରୁ ବ୍ରହ୍ମପୁର ପୋଲିସ ବିଭିନ୍ନ ଥାନା ଅଞ୍ଚଳରୁ 42 ଜଣଙ୍କୁ ଗିରଫ କରିଛି। ସେଥିମଧ୍ୟରୁ କେଶ ଘୋସାଣୀ ନୂଆଗାଁ ପୋଲିସ ପକ୍ଷରୁ 2ଟି ମାମଲାରେ 30 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବଡ଼ ବଜାର ଥାନା ପକ୍ଷରୁ ଗୋଟିଏ ମାମଲାରେ 8 ଜଣ ଓ ଟାଉନ ଥାନା ପୋଲିସ ପକ୍ଷରୁ 4 ଜଣଙ୍କୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here