ରିଲିଜ୍‌ ହେବନି ‘ସୂର୍ଯ୍ୟବଂଶୀ’ !

0
135
ii
iiu

ନୂଆଦିଲ୍ଲୀ:  ବଢ଼ିପାରେ ‘ସୂର୍ଯ୍ୟବଂଶୀ’ ରିଲିଜ୍‌ ଡେଟ୍‌ । ସୂର୍ଯ୍ୟବଂଶୀ ଫିଲ୍ମ ପାଇଁ ସେମାନଙ୍କୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ । 2020 ର ସବୁଠାରୁ ବଡ ଚଳଚ୍ଚିତ୍ର ମଧ୍ୟରୁ ‘ସୂର୍ଯ୍ୟବଂଶୀ’ । ଦେଶର ଅନେକ ବଡ଼ ଶୋ’ କୋରୋନା ଭୟରେ ବାତିଲ କରାଯାଉଥିବାରୁ ଅକ୍ଷୟ କୁମାର, କ୍ୟାଟ୍ରିନା କୈଫ୍‌, ଅଜୟ ଦେବଗନ୍‌ ଏବଂ ରଣଭୀର ସିଂହଙ୍କ ଅଭିନୀତ ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ମଧ୍ୟ ଘୁଞ୍ଚାଯାଇଛି । ଗତ ସପ୍ତାହରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବଡ ନେତାମାନେ ମଧ୍ୟ ଏଥର ହୋଲି କାର୍ଯ୍ୟକ୍ରମରେ ଯୋଗ ଦେଉନାହାଁନ୍ତି । ସେହି ଅନୁସାରେ ରୋହିତ ସେଟ୍ଟୀଙ୍କ ଏହି ମଲ୍ଟି ଷ୍ଟାରର ଫିଲ୍ମକୁ ରିଲିଜ ନକରିବାକୁ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି । ଯଦି ଏହା ଘଟେ ତେବେ ଯଦି ଏଭଳି ହୁଏ ତେବେ ଏହା ଏକ ଭଲ ପଦକ୍ଷେପ ବୋଲି କୁହାଯାଇପାରେ । କାରଣ ସିନେମା ହଲ୍ ପରି ଜନଗହଳି ପୂର୍ଣ୍ଣ ସ୍ଥାନରେ କୋରୋନା ବ୍ୟପିବାର ସମ୍ଭାବନା ବେଶି ରହିଛି । ଏଥିରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିବେ ଏବଂ ଅଜୟ ଦେବଗନ୍ ଏବଂ ରଣଭୀର ସିଂ ସେମାନଙ୍କ ଚରିତ୍ର ‘ସିଙ୍ଘମ୍’ ଏବଂ ‘ସିମ୍ବା’ ସହିତ କ୍ୟାମୋ କରୁଥିବା ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ କ୍ୟାଟ୍ରିନା ଅକ୍ଷୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here