ରାତ୍ରକାଳୀନ କର୍ଫ୍ୟୁ କୋହଳ

0
64

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୧/୦୭ (ବ୍ୟୁରୋ)- କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଅନଲକ୍-୨ର ଗାଇଡଲାଇନ୍ ଜାରି କରିଛନ୍ତି। ଅନଲକ୍-୧ର ଅବଧି ଜୁନ୍ ୩୦ ତାରିଖରେ ଶେଷ ହେବାକୁ ଯାଉଛି। ଏହା ସହ ଅନଲକ୍-୨ର ଘୋଷଣା କରାଯାଇଛି, ଯାହା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ କିଛି କ୍ଷେତ୍ରରେ କଟକଣା କୋହଳ କରାଯାଇଛି।

କେନ୍ଦ୍ରର ନୂଆ ଗାଇଡଲାଇନ୍ ଅନୁଯାୟୀ:-

  • କଣ୍ଟେନମେଣ୍ଟ ଜୋନରୁ ବାହାରେ ଥିବା କିଛି ଅଞ୍ଚଳରେ କଟକଣାକୁ କୋହଳ କରାଯିବ। କଣ୍ଟେନମେଣ୍ଟ ଜୋନରେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯିବ।
  • ରାତି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ।
  • ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍, କଲେଜ, ଶିକ୍ଷା ଓ କୋଚିଂ ଅନୁଷ୍ଠାନ ବନ୍ଦ।
  • ଅନ୍ତର୍ଜାତୀୟ ବିମାନ ସେବା ଓ ମେଟ୍ରୋ ରେଳ ସେବା ବନ୍ଦ।
  • ସିନେମାହଲ୍, ଜିମ୍, ସୁଇମିଂ ପୁଲ୍, ପାର୍କ, ବାର୍ ବନ୍ଦ ରହିବ।
  • ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ ଭିତ୍ତିକ ସମାବେଶ ମଧ୍ୟ ପୂର୍ବଭଳି ବନ୍ଦ।
  • ସାମାଜିକ ଦୂରତା ବଜାୟ ରଖି ଦୋକାନରେ ଏକାଥରକେ ୫ରୁ ଅଧିକ ଜଣ ଛିଡ଼ା ହୋଇପାରିବେ।

ପ୍ରକାଶଥାଉକି, ଅନଲକ୍-୧ରେ ଜାରି ହୋଇଥିବା ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନରୁ ବାହାରେ ଧାର୍ମିକସ୍ଥଳୀ, ହୋଟେଲ, ରେଷ୍ଟୁରାଣ୍ଟ, ଶପିଙ୍ଗ୍ ମଲକୁ ଜୁନ୍ ୮ ତାରିଖରୁ ଖୋଲିବାକୁ ଅନୁମତି ମିଳିଥିଲା। ଏହା ଆଗକୁ ମଧ୍ୟ ଜାରି ରହିବ। ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ (ଏସଓପି) ଜାରି ରହିବ।

ସେହିପରି କେନ୍ଦ୍ରର ଅନଲକ୍-ଟୁ ପରେ ଜୁଲାଇ ମାସ ଲାଗି ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଗାଇଡଲାଇନରେ କିଛି କୋହଳ ହୋଇଥିବାବେଳେ ଆଉ କିଛି କଟକଣା ପୂର୍ବବତ ବଳବତ୍ତର ରହିଛି।

ରାଜ୍ୟର ନୂଆ ଗାଇଡଲାଇନ୍ ଅନୁଯାୟୀ:-

  • ରାତ୍ରକାଳୀନ କର୍ଫ୍ୟୁ ସମୟ ସୀମାକୁ କୋହଳ। କାଲିଠୁ ସନ୍ଧ୍ୟା ୭ ଟା ପରିବର୍ତ୍ତେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।
  • ୫୦ରୁ ଅଧିକ ଆକ୍ଟିଭ୍‌ କେସ୍‌ ଥିବା ୧୦ଟି ଜିଲ୍ଲାକୁ ଜୋନ-୧ ଘୋଷଣା। ସେଗୁଡିକ ହେଲା:- ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର ଓ ଝାରସୁଗୁଡ଼ା।
  • ଜୁଲାଇ ୩୧ ଯାଏ ଧାର୍ମୀକ ଅନୁଷ୍ଠାନକୁ ସାଧାରଣ ଲୋକଙ୍କୁ ମନା।
  • ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ବନ୍ଦ ରହିବ।
  • ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ବନ୍ଦ ରହିବ।
  • ରେଷ୍ଟୁରାଣ୍ଟ ଖୋଲା ରହିବ। ହେଲେ ସେଠାରେ ଖାଇହେବ ନାହିଁ।  ଖାଦ୍ୟ ପାର୍ସଲ ନିଆଯାଇ ପାରିବ।
  • ସବୁ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ।
  • ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ କଟକଣା ମୁକ୍ତ।
  • ପେଟ୍ରୋଲ ପମ୍ପ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ କଟକଣାମୁକ୍ତ।
  • ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି ପାଳନ। ମାସ୍କ ନପିନ୍ଧିଲେ ପୂର୍ବଭଳି ଜୋରିମାନା ଆଦାୟ।
  • ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ।
  • ଦୋକାନୀ ସାମାଜିକ ଦୂରତ୍ୱ ବ୍ୟବସ୍ଥା ନକଲେ କାର୍ଯ୍ୟାନୁଷ୍ଠାନ।
  • କାର୍ଯ୍ୟାଳୟରେ କଟକଣା ଉଲ୍ଲଂଘନ ହେଲେ ଅଧିକାରୀ ଦାୟୀ ରହିବେ।

LEAVE A REPLY

Please enter your comment!
Please enter your name here