ରାଜ୍ୟରେ ୧୦ ଦିନରେ ୩୪ ଆକ୍ରାନ୍ତ

0
112
bvtrf
ghjhnb

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ମାର୍ଚ୍ଚ ୧୫ରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏପ୍ରିଲ ୫ ଅର୍ଥାତ୍‌ ୨୧ ଦିନରେ କୋଭିଡ୍‌-୧୯ରେ ୩୦ଜଣ ଆକ୍ରାନ୍ତ ହୋଇଥିଲେ। ତେବେ ଏପ୍ରିଲ ୬ରୁ ୧୪ ତାରିଖ ଏହି ୯ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇ ୬୦ରେ ପହଞ୍ଚତ୍ଥିଲା। କିନ୍ତୁ ଗତ ୧୫ରୁ ୨୪ ତାରିଖ ୧୦ଦିନ ମଧ୍ୟରେ ଆଉ ୩୪ ବୃଦ୍ଧି ପାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଛୁଇଁଛି। ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ ସମସ୍ତେ ହେଉଛନ୍ତି ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲାର। ଏମାନେ ପଶ୍ଚିମବଙ୍ଗ ଫେରନ୍ତା କିମ୍ବା ସେମାନଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ସଂକ୍ରମିତ ହୋଇଛନ୍ତି।
ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଭୁବନେଶ୍ୱର ତଳକୁ ଯାଜପୁର ରହିଥିବାବେଳେ ଶୁକ୍ରବାର ଭଦ୍ରକରୁ ଆଉ ୫ଜଣ ପଜିଟିଭ ଚିହ୍ନଟ ହେବା ପରେ ଏହି ଜିଲା ଯାଜପୁର ଓ ବାଲେଶ୍ୱରକୁ ଟପିଯାଇଛି। ଏବେ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଥିବାବେଳେ ଯାଜପୁରରେ ୧୨ ଓ ଭଦ୍ରକରେ ୧୬ ହୋଇଛି। ରାଜ୍ୟର ମୋଟ ୯୪ ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୩ ଜିଲାର ୩୮ଜଣ ରହିଛନ୍ତି। ସେପଟେ ୩୩ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ତେଣୁ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦ ରହିଛି ଓ ୧୭୦ଜଣ ସନ୍ଦିଗ୍ଧ ହସ୍ପିିଟାଲ ଆଇସୋଲେଶନରେ ରହିଥିବା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ କହୁଛି।

LEAVE A REPLY

Please enter your comment!
Please enter your name here