ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ

0
35

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୨୯/୦୬ (ବ୍ୟୁରୋ)- ଆଜି ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୯୪୬କୁ ବୃଦ୍ଧି ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି।

ଗଂଜାମ ଜିଲ୍ଲାରୁ ସର୍ବାଧିକ ୬୦ ଆକ୍ରାନ୍ତ ସୁସ୍ଥ ହେଲେ। ଗଜପତିରୁ ୨୦, ଖୋର୍ଦ୍ଧାରୁ ୧୯, କଟକରୁ ୧୮, ଭଦ୍ରକ ୧୪, କେନ୍ଦୁଝର ୧୩, ନୟାଗଡ଼ରୁ ୧୨ ସୁସ୍ଥ ହୋଇଛନ୍ତି। ମୟୂରଭଂଜ ୧୦, ଯାଜପୁର ୯, ବାଲେଶ୍ୱରରୁ ୮, କେନ୍ଦ୍ରାପଡ଼ା ୭, ଅନୁଗୁଳ ୪, ଢେଙ୍କାନାଳରୁ ୩ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ, ଦେବଗଡ଼ରୁ ଜଣେ ଓ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here