ରାଜଧାନୀରେ ଦୁଇଦିନରେ ୫୭ଜଣ ଚିହ୍ନଟ

0
52

ମଞ୍ଚେଶ୍ୱରରୁ ପୁଣି ୧୬ ଶ୍ରମିକ ପଜିଟିଭ୍‌
ମୋଟ ଆକ୍ରାନ୍ତ ସଂଖ୍ୟା ୨୫୦
ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୨୫/୦୬ (ବ୍ୟୁରୋ)- ବୁଧବାର ଓ ଗୁରୁବାର ଦୁଇ ଦିନ ପାଇଁ ରାଜଧାନୀରୁ ୫୭ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି । ମଞ୍ଚେଶ୍ୱରରେ ଥିବା ବ୍ଲୁ ହ୍ୱିଲ୍ ହସ୍ପିଟାଲରୁ ୭ଦିନ ଭିତରେ ୩୦ଜଣ ଆକ୍ରାନ୍ତ ବାହାରିବା ପରେ ବିଏମ୍‌ସି ଏହାକୁ ସିଲ୍ କରିଛି । ଏଥିରେ ମୋଟ ୨୨ଜଣ ନୂଆ ପଜିଟିଭ୍ ବାହାରିଥିଲେ । ଗୁରୁବାର ରାଜଧାନୀରେ କରୋନା ସଂଖ୍ୟା ପୁଣି ଚିନ୍ତାଜନକ ହେବ । ଗୁରୁବାର ୨୪ ତାରିଖର ରିପୋର୍ଟରୁ ମୋଟ ଆକ୍ରାନ୍ତ ସଂଖ୍ୟା ଦିନକରେ ୩୫ ଟପିଯିବ । ୨୩ ଓ ୨୪ ତାରିଖ ଦୁଇ ଦିନରେ ପ୍ରାୟ ୫୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜଧାନୀ ପୁଣି ଥରେ କରୋନା ହଟସ୍ପଟ ପାଲଟିଛି ।
ଗୁରୁବାର ପାଇଁ ଆସିବାକୁ ଥିବା ରିପୋର୍ଟରେ ୩୫ଜଣରୁ ଅଧିକ ପଜିଟିଭ୍ ଥିବା ଜଣାପଡ଼ିଛି । ମଞ୍ଚେଶ୍ୱରର ଏକ ଖବରକାଗଜ ସଂସ୍ଥା ପାଖରେ ବାହାର ରାଜ୍ୟରୁ ଆସି କାମ କରୁଥିବା ୧୬ଜଣ ଶ୍ରମିକଙ୍କ ରିପୋର୍ଟ ପୁଣି ପଜିଟିଭ୍ ଆସିଛି ।

LEAVE A REPLY

Please enter your comment!
Please enter your name here