ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ !

0
33

ଆଚିଭର୍ସ ନ୍ୟୁଜ୍‌, ୨୮/୦୭ (ବ୍ୟୁରୋ):- ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପାଞ୍ଚଟି ବସ୍ତିରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି। ବିଏମ୍‌ସି କର୍ତ୍ତୃପକ୍ଷ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି ସ୍ବୀକାର କରୁନଥିଲେ ହେଁ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ଯେପରି ଏହା ବ୍ୟାପିଛି, ସେଥିରୁ ଗୋଷ୍ଠୀସଂକ୍ରମଣ ହୋଇଛି ବୋଲି ଏକରକମ ସ୍ପଷ୍ଟ ହୋଇଗଲାଣି।

ନୂଆପଲ୍ଲୀସ୍ଥିତ ତ୍ରିନାଥ ବସ୍ତି, ଗଣପତି ନଗର, ସୀତାପୁର ବସ୍ତି, ମହିଷାଖାଲ ନିକଟସ୍ଥ ହରିନଗର ଏବଂ ୟୁନିଟ-୧ସ୍ଥିତ ଆଖଣ୍ଡଳମଣି ବସ୍ତିରେ ଏବେ ଗୋଷ୍ଠୀ ସଂକ୍ରମଣ ହୋଇଯାଇଛି। ଏଠାରେ କରୋନା ନିୟନ୍ତ୍ରଣ ବାହାରକୁ ପଳାଇଲାଣି। ବିଏମ୍‌ସି ପକ୍ଷରୁ ଏଠାରେ ଯେତେ କଟକଣା କରିବା କଥା କରାଗଲାନି, ଯାହା ବି ହେଲା ତାକୁ ବସ୍ତି ବାସିନ୍ଦା ମାନିଲେନି। ଫଳରେ କରୋନା ଏବେ ଏଠାରେ ମାଡ଼ି ଯାଇଛି।

LEAVE A REPLY

Please enter your comment!
Please enter your name here