ରଥଯାତ୍ରା ପାଳନ ଲାଗି ଆଶା ବଢୁଛି

0
83

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ
ବଡ଼ଦାଣ୍ଡରୁ କ୍ୟାବିନ୍ ହଟାଇବାକୁ ନିର୍ଦ୍ଦେଶ
୧୮ରେ ସୁପ୍ରିମ୍‌କୋର୍ଟରେ ଶୁଣାଣି
ପୁରୀ, ଆଚିଭର୍ସ ନ୍ୟୁଜ୍‌, ୧୧/୦୬ (ବ୍ୟୁରୋ)- ରଥଖଳାରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସାଜେଣି ଓ ଅଳଙ୍କରଣ ପାଇଁ କାରିଗରମାନେ ପ୍ରସ୍ତୁତ ହେଲେଣି । ବଡ଼ଦାଣ୍ଡରୁ ସବୁ କ୍ୟାବିନ୍ ହଟାଇବାକୁ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ରାସ୍ତା ମରାମତି ବି ପୁରା ଦମ୍‌ରେ ଚାଲିଛି । ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟଦତଙ୍କ ତାଲିକା ହୋଇ ସେମାନଙ୍କ ସ୍ୱାବ୍ ଟେଷ୍ଟ ସରିଛି । ପୁରୀ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ଏହି ପ୍ରସ୍ତୁତିରୁ ରଥଯାତ୍ରା ପାଇଁ ଆଶା ବଢ଼ିଛି । ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଆଉ ମାତ୍ର ଛଅ ଦିନ ରହିଲା । ରଥଯାତ୍ରା ନେଇ ସରକାରୀ ଭାବେ କିଛି ଘୋଷଣା ହୋଇନାହିଁ । ଯାହା ଆଭାସ ମିଳୁଛି ଶ୍ରୀମନ୍ଦିର ଇତିହାସରେ ପ୍ରଥମ କରି ଏକ ନୂତନ ଢ଼ଙ୍ଗରେ ରଥଯାତ୍ରା ପାଳନ ହେବାର ସମସ୍ତ ପ୍ରସ୍ତୁତି ଏବଂ ଘଟଣାକ୍ରମ ଇଙ୍ଗିତ କରୁଛି । ପୁରୀ ସହର ରଥଯାତ୍ରା ପାଇଁ ସଜେଇ ହେଉଛି । କିନ୍ତୁ ସମସ୍ତଙ୍କ ନଜର ଅଦାଲତ ଆଦେଶ ଏବଂ ରାଜ୍ୟ ସରକାରଙ୍କ ଘୋଷଣା ଉପରେ ଅଟକି ରହିଛି ।

LEAVE A REPLY

Please enter your comment!
Please enter your name here