ମାନବ ସେବା ହିଁ ଇଶ୍ୱର ସେବା

0
28

ଆଚିଭର୍ସ ନ୍ୟୁଜ୍‌, ୦୧/୦୮ (ବ୍ୟୁରୋ)- ଜୀବ ଜଗତର ସେବା ହିଁ ସର୍ବଶ୍ରେଷ୍ଠ ଧର୍ମ । ବେଦ ହେଉଛି ବିଶ୍ୱ ପାଠାଗାରର ସର୍ବପ୍ରାଚୀନ ପ୍ରଥମ ପୁସ୍ତକ । ବେଦଠାରୁ ମଣିଷ ସମାଜ ଦୂରେଇ ଯିବାର କାରଣଗୁଡ଼ିକ ହେଲା ଏହାକୁ ନିୟମିତ ପାଠ କରୁଥିବା ବ୍ରାହ୍ମଣମାନେ ଏଥିରୁ ନିବୃତ ହୋଇ ବିଭିନ୍ନ ମେଳା ଭାଗବତ ଆଦି ପାଠ ଦିଗରେ ଆଗ୍ରହ ପ୍ରକାଶ କଲେ । ସାମ୍ପ୍ରଦାୟିକ ଗୁରୁମାନେ ସମାଜରେ ଆଧିପତ୍ୟ ଜାହିର କଲେ । ପ୍ରାଦେଶିକ ଭାଷା ପ୍ରଚଳନ ଫଳରେ ସଂସ୍କୃତ ଭାଷା ଅଧ୍ୟୟନ ପ୍ରତି ଆଗ୍ରହ କମିଲା । ସମ୍ପ୍ରତି କେତେକ ମହାନ ବ୍ୟକ୍ତିଗଣ ବେଦର ପୁନରୁଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଭାରତରତ୍ନ ମଦର ଟେରେସା, ନବକୃଷ୍ଣ ଚୌଧୁରୀ, ଆଚାର୍ଯ୍ୟ ହରିହର, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ , ମା’ ରମାଦେବୀ ଚୌଧୁରୀ, ପାର୍ବତୀ ଗିରି ପ୍ରମୁଖ ନିଷ୍କାମ ଭାବେ ଦୁଃଖୀର ଦୁଃଖ ନିବାରଣ ଓ ଗରିବ, ଅବହେଳିତ, ଅସହାୟଙ୍କୁ ସହାୟତା ପ୍ରଦାନ କରି ସ୍ମରଣୀୟ ହୋଇପାରିଛନ୍ତି । ସେମାନେ ଯେପରି ସେବା କରିଯାଇଛନ୍ତି, ତାହାହିଁ ବେଦର ପ୍ରଭୁପୂଜା ସଙ୍ଗେ କେତେକାଂଶରେ ସମାନତା ଆଣିଥିବା ମନେହୁଏ । ବିଶ୍ୱର ଜୀବଗଣଙ୍କ ଉପକାର କରିବା ଦ୍ୱାରା ହିଁ ବିଶ୍ୱପିତା ଆମ ଉପରେ ପ୍ରସନ୍ନ ହୋଇଥାନ୍ତି । ଏହା ହିଁ ବେଦର ଆଦେଶ ଓ ମମାର୍ଥ ଅଟେ ।
ବେଦ ଶବ୍ଦର ଅର୍ଥ ଜ୍ଞାନ । ଋକ୍‌, ଯଦୁ, ସାମ ଓ ଅଥର୍ବ ଏହିପରି ବେଦ ୪ଭାଗରେ ବିଭକ୍ତ । ମନୁଷ୍ୟ କିପରି କାର୍ଯ୍ୟମାନ କରିବ, ଦେଶ, ସମାଜ ଓ ପରିବାର ପ୍ରତି ତା’ର କର୍ତ୍ତବ୍ୟ କ’ଣ? ସଂସାରରେ ଶାନ୍ତି ପ୍ରତିଷ୍ଠା ପାଇଁ କି ପ୍ରକାର ପଦକ୍ଷେପ ନିଆଯିବ? ଈଶ୍ୱରଙ୍କ ଉପାସନା କରିବାକୁ ହେବ? ଏପରି ସାରଗର୍ଭକ ଉପଦେଶମାନ ବେଦରେ ଶିକ୍ଷା ଦିଆଯାଇଛି । ସେସବୁକୁ ଜାଣିଲେ ନିଶ୍ଚିତଭାବେ ମନୁଷ୍ୟର ଉନ୍ନତି ସାଧିତ ହେବ । ମନୁଷ୍ୟ ସମାଜ ସୁଖ ଶାନ୍ତିରେ ଆନନ୍ଦ ଉପଭୋଗ କରି କିପରି ରହିବ, ତା’ ପାଇଁ ଈଶ୍ୱର ବେଦଜ୍ଞାନ ଦେଇଛନ୍ତି; କାରଣ ସବୁବେଳେ ସେ ଆମ ସମସ୍ତଙ୍କର ମଙ୍ଗଳ କାମନା କରିଥାନ୍ତି । ଏହି ଜ୍ଞାନ ଈଶ୍ୱର ମନୁଷ୍ୟଙ୍କୁ ସୃଷ୍ଟିର ପ୍ରାରମ୍ଭରେ ଦେଇଛନ୍ତି । ଈଶ୍ୱର ହେଉଛନ୍ତି ସର୍ବବ୍ୟାପକ ଓ ସର୍ବଶକ୍ତିମାନ । ତେଣୁ ଜ୍‌୍ୟାନ ଦେବା ପାଇଁ ସେ କାଗଜ କଲମ କିମ୍ବା ମୁହଁରେ ତାଙ୍କୁ କହିବାକୁ ପଡ଼ିନଥିଲା । କେବଳ ହୃଦଦେଶରେ ପ୍ରେରଣା ପ୍ରଦାନ ହିଁ ତାଙ୍କ ପକ୍ଷରେ ଜ୍ଞାନ ଉଦ୍ରେକର ଯଥେଷ୍ଟ କାରଣ ଥିଲା । ବେଦ ସମଗ୍ର ସଂସାରର ପ୍ରତ୍ୟେକ ମନୁଷ୍ୟଙ୍କ ପାଇଁ ଉଦ୍ଦିଷ୍ଟ ।

LEAVE A REPLY

Please enter your comment!
Please enter your name here